ଗୁଦାରି ସ୍ୱାସ୍ଥ୍ୟ ଉପକେନ୍ଦ୍ର ରେ ଗୋଷ୍ଠି ସ୍ତରୀୟ ସ୍ୱାସ୍ଥ୍ୟ ଓ ରକ୍ତ ପରିକ୍ଷା ଶିବିର
ଗୁଦାରି ସ୍ୱାସ୍ଥ୍ୟ ଉପକେନ୍ଦ୍ର ରେ ଗୋଷ୍ଠି ସ୍ତରୀୟ ସ୍ୱାସ୍ଥ୍ୟ ଓ ରକ୍ତ ପରିକ୍ଷା ଶିବିର ।
ଫୁଲବାଣୀ, ୨୧/୦୩/୨୦୨୬ ରିଖ ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ, ଜିଲ୍ଲା ସ୍ୱାସ୍ଥ୍ୟସମିତି, କନ୍ଧମାଳ ଓ ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତ, ଭୂବନେଶ୍ୱର ର ମିଳିତ ସହଯୋଗରେ ଏକ ଗୋଷ୍ଠି ଦ୍ବାରା ସ୍ୱାସ୍ଥ୍ୟ ଶିବିର ଓ ରକ୍ତ ପରିକ୍ଷା କାର୍ଯ୍ୟକ୍ରମ ସ୍ଥାନୀୟ ଗୁଦାରୀ ଆୟୁଷମାନ ଆରୋଗ୍ୟ ମନ୍ଦିର ଠାରେ ଆୟୋଜିତ ହୋଇଯାଇଛି । ଅନୁଷ୍ଠାନ ମାଧ୍ୟମରେ ଜିଲ୍ଳା ରେ ଚାଲି ଥିବା ଲକ୍ଷ୍ୟଭେଦି ପ୍ରକଳ୍ପ ଦ୍ୱାରା କନ୍ଧମାଳ ଜିଲ୍ଲାର କୋଣ ଅନୁକୋଣରେ ଥିବା ଏଚ୍.ଆ.ଇ.ଭି. ସଂକ୍ରମିତ ମାନଙ୍କୁ ଚିହ୍ନଟ କରିବା ପାଇଁ ଗୋଷ୍ଠି ସ୍ତରରେ ସ୍ୱାସ୍ଥ୍ୟ ଶିବିର ସହିତ ସାମୁହିକ ରକ୍ତପରିକ୍ଷା କରାଯାଉଛି ଜିଲ୍ଲା ସ୍ୱାସ୍ଥ୍ୟସମିତି କନ୍ଧମାଳ ଙ୍କ ସହଯୋଗରେ ଅନୁଷ୍ଠିତ ଏହି ଶିବିରରେ ସାଧାରଣ ରୋଗିଙ୍କର ଚିକିତ୍ସା ସହିତ ତିନି ପ୍ରକାର ଯଥା- ହେପାଟାଇଟିସ୍-ବି, ହେପାଟାଇଟିସ୍-ସି ଓ ଏଚ୍.ଆ.ଇ.ଭି. ପାଇଁ ନମୁନା ସଂଗ୍ରହ କରି ପରିକ୍ଷା କରାଯାଇଥିଲା । ଏହାର ମୁଖ୍ୟଲକ୍ଷ ଥିଲାକି ରାଜ୍ୟ ଓ ଜିଲ୍ଲାରେ ଅନୁମାନ କରାଯାଇଥିବା ଏଚ୍.ଆ.ଇ.ଭି. ସଂକ୍ରମିତ ଙ୍କ ମଧ୍ୟରୁ ୯୫ ପ୍ରତିଶତ ଙ୍କୁ ଚିହ୍ନଟ କରି ସେଥିମଧ୍ୟରୁ ୯୫ ପ୍ରତିଶତ ଙ୍କୁ ଏ.ଆର୍.ଟି. ଔଷଧ ଯୋଗାଇଦେବା ଏବଂ ତନ୍ମଧ୍ୟରୁ ୯୫ ପ୍ରତିଶତ ସଂକ୍ରମିତଙ୍କର ଭାଇରାଡ୍ଲୋଡ୍ କୁ କମାଇବା । ଏହି ଶିବିରରେ ଡାକ୍ତର ସତ୍ୟଶିବ ପରିଡା, ଡାକ୍ତର ଚିନ୍ମୟ କୁମାର ବେହେରା ଓ ଡାକ୍ତର ବିଶ୍ୱରଞନ ଦାସ ଯୋଗଦେଇ ରୋଗିମାନଙ୍କର ଚିକିତ୍ସା କରିଥିବା ବେଳେ ଫାର୍ମାସିଷ୍ଟ ଜଗନ୍ନାଥ ଗୌଡ ଙ୍କ ସହଯୋଗରେ ମୋଟ ଭାବରେ ୭୭ ଜଣ ଙ୍କୁ ମାଗଣା ଔଷଦ ବଂଟନ କରାଯାଇଥିଲା ।ତତ୍ସହିତ ୨୭ ଜଣଙ୍କର ରକ୍ତ ନମୁନା ସଂଗ୍ରହ ହୋଇଥିବା ବେଳେ ଅନୁଷ୍ଠାନର ବରିଷ୍ଠ କର୍ମୀ ବିଶ୍ୱରଞନକର ରକ୍ତ ନମୁନା ସଂଗୃହିତ ହେଉଥିବା ବ୍ୟକ୍ତି ମାନଙ୍କୁ ପରାମର୍ଶ ଦେବା ସହ ଚିହ୍ନିତ ହେଉଥିବା ସଂକ୍ରମିତ ବ୍ୟକ୍ତି ଙ୍କୁ ବୁଝାଇଥିଲେ । ଅନୁଷ୍ଠାନ ତରଫରୁ ଲକ୍ଷ୍ୟଭେଦୀ ପ୍ରକଳ୍ପ ପରିଚାଳକ ବିଶ୍ୱରଞନ କର ଏହି ଶିବିରରେ ରେ ଉପସ୍ଥିତ ରହି ଜାତିୟ ଏ.ଡ୍.ସ୍. ନିୟନ୍ତ୍ରଣ ସଂସ୍ଥା ଙ୍କ ଦ୍ୱାରା କାର୍ଯ୍ୟକାରି ହେଉଥିବା ପ୍ରକଲ୍ପ ରେ କିପରି ଅଧିକ ରୁ ଅଧିକ ଜନସାଧାରଣ ଙ୍କୁ ସଚେତନତା ବାର୍ତା ଦିଆଯାଇ ପାରିବ ତାହା ଚେଷ୍ଟା କରିଥିଲେ । ଶିବିର ଆୟୋଜନ ଓ ଚିହ୍ନଟିକରଣ ପ୍ରକ୍ରିୟା ରେ ଅଧିକରୁ ଅଧିକ ବ୍ୟକ୍ତି ଯଦି ଯୋଡି ନହେବେ ତେବେ ଜାତୀୟ ଏ.ଡ୍.ସ୍. ନିୟନ୍ତ୍ରଣ କାର୍ଯ୍ୟକ୍ରମ ର ଲକ୍ଷ୍ୟ ହାସଲ କରିବା ସମ୍ଭବ ହେବ ନାହିଁ ବୋଲି ଅନୁଷ୍ଠାନ ର ସମ୍ପାଦକ ହରି ଶଙ୍କର ରାଉତ ମତ ବ୍ୟକ୍ତ କରିଛନ୍ତି ।
