କଇଁ ସାରି ଠାରେ ଶ୍ରୀଵିଦ୍ୟା ମେମୋରିଆଲ ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ
କଇଁ ସାରି ଠାରେ ଶ୍ରୀଵିଦ୍ୟା ମେମୋରିଆଲ ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ l ଉଦଳା ତା୧୧/୩ ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଅନ୍ତର୍ଗତ ପୁରାତନ ଭୁଜଙ୍ଗ ଗଡ଼ ଅଧୁନା କ ଇଁ ସାରି ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଦୀପଙ୍ଗତ ଶ୍ରୀ ବିଦ୍ୟା ସୁଭଦର୍ଶନୀ ଙ୍କ ସ୍ମୁତି ରେ ତାଙ୍କର ଷଷ୍ଠ ତମ ମହାପ୍ରୟାଣ ତିଥିରେ ଅମର ଆତ୍ମା ର ସଦଗତି ଲାଗି ଏକ ବୃହତ ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଏହି ମହତ ରକ୍ତଦାନ ଶିବିର ରେ ଉଦଳା ଡେପୁଟି କଲେକଟର ଶ୍ରୀଯୁକ୍ତ ପ୍ରତୀକ ଚନ୍ଦ୍ର ପଣ୍ଡା, ଉଦଳା ଥାନା ର ଲୋକପ୍ରିୟ ଆଇ. ଆଇ. ସି ଶ୍ରୀଯୁକ୍ତ ବନମାଳୀ ବାରିକ , ଉଦଳା ରୋଟାରି କ୍ଳବ ର ସଭାପତି ଶ୍ରୀଯୁକ୍ତ ସୁବାସ ଚନ୍ଦ୍ର ପଣ୍ଡା , କପ୍ତିପଦା ଉପଖଣ୍ଡ (ଉଦଳା ) ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୋରଜ କୁମାର ପ୍ରଧାନ , ଉଦଳା ଡାକ୍ତରଖାନା ର ଚିକିତ୍ସା ଅଧିକାରୀ ଡ଼. ପ୍ରଜ୍ଞା ମାଡାମ, ଅବସର ପ୍ରାପ୍ତ ପ୍ରବୀଣ ଶିକ୍ଷକ ତଥା ଉକ୍ତ ଗ୍ରାମ ର ମାନ୍ୟ ଗଣ୍ୟ ବ୍ୟକ୍ତି ଶ୍ରୀ ଯୁକ୍ତ ସୁରେଶ ଚନ୍ଦ୍ର ପରିଛା, ପ୍ରମୁଖ ଉପସ୍ଥିତ ରହି ଦୀପ ପ୍ରଜ୍ବଳନ ପୂର୍ବକ ଦୀପଙ୍ଗତ ଶ୍ରୀ ବିଦ୍ୟା ଙ୍କ ସ୍ମୁତି ଉଚ୍ଚାରଣ କରି ରକ୍ତ ଦାନ ଶିବିର କୁ ଉଦଘାଟନ କରିଥିଲେ l ଏହି ଶିବିର ରେ ଉକ୍ତ ଗ୍ରାମ ର ଶ୍ରୀ ଜଗନ୍ନାଥ ମନ୍ଦିର କମିଟି ର ସମସ୍ତ ସଦସ୍ୟ ଓ ମନ୍ଦିର କମିଟି ର ମୁଖ୍ୟ ଶ୍ରୀ ଯୁକ୍ତ ଦୋଳା ମଣି ପୁହାଣ, ମାତା ଶ୍ରୀମତୀ ସୁଭଦ୍ରା ରାଉତ ଆଦି ଶିବିର କୁ ସାଫଲ୍ୟ ମଣ୍ଡିତ କରିବାରେ ସାହାଯ୍ୟ କରିଥିଲେ l ବିଶେଷ କରି ଗ୍ରାମ ବାସି ଙ୍କ ସାହାଯ୍ୟ ତଥା ସହଯୋଗ ଫଳରେ ସମୁଦାୟ ୫୬ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା l
