ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ ରେ ଯୁବ ରେଡ଼କ୍ରସ ବିଭାଗ ଦ୍ଵାରା ରକ୍ତଦାନ ଶିବିର ଅନୁଷ୍ଠିତ

ପୁରୀ( ତା – ୧୦. ୦୪. ୨୬) l ଓଡ଼ିଆ ପକ୍ଷ- ୨୦୨୬ ଆନୁକୂଲ୍ୟରେ ସ୍ଥାନୀୟ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ ରେ ଯୁବ ରେଡ଼କ୍ରସ ବିଭାଗ ଦ୍ଵାରା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଚିତ୍ତରଞ୍ଜନ ଦ୍ବିବେଦୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ରକ୍ତଦାନର ମହତ୍ୱ ସମ୍ପର୍କରେ ଛାତ୍ର, ଛାତ୍ରୀଙ୍କୁ ଅବଗତ କରାଇ ଥିଲେ l ରେଡ଼କ୍ରସ ବିଭାଗ,ଜିଲ୍ଲା ଆବାହକ ଶ୍ରୀମତୀ ଶୋଭନା ତ୍ରିପାଠୀ, ମହାବିଦ୍ୟାଳୟ ଅଧିନସ୍ଥ ରେଡ଼କ୍ରସ ସଂଯୋଜିକା ଡ.ସଂଗୀତା ମିଶ୍ରଙ୍କ ତତ୍ୱାବିଧାନ ରେ ୫୪ ୟୁନିଟ ରକ୍ତସଂଗ୍ରହ ହୋଇଛି l ଏଥିରେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ତଥା ଅନ୍ୟାନ୍ୟ ଅଧ୍ୟାପକ, ଅଧ୍ୟାପିକାଙ୍କ ସକ୍ରିୟ ଅଂଶଗ୍ରହଣ ସହ ବିପୁଳ ଉତ୍ସାହ ଉଦ୍ଦୀପନା ରେ କାର୍ଯ୍ୟକ୍ରମ ସମାପନ ହୋଇଛି l

Leave a Reply

Your email address will not be published. Required fields are marked *