ଆଂଚଳିକ ଯୁବକ ସଂଘ ପକ୍ଷରୁ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ”
“ଆଂଚଳିକ ଯୁବକ ସଂଘ ପକ୍ଷରୁ ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ”
ରଘୁନାଥପୁର —ତା:୧୭:୧:–ଜଗତସିହପୁର ଜିଲ୍ଲା
ରଘୁନାଥପୁର ବ୍ଲକ ଅନ୍ତର୍ଗତ ଏରଡଙ୍ଗା ଗ୍ରାମ ପଞ୍ଚାୟତରେ ଥିବା ସାମାଜିକ ସଂଗଠନ ଆଂଚଳିକ ଯୁବକ ସଂଘ ପକ୍ଷରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଜୟନ୍ତୀ ଉପଲକ୍ଷେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ଉପଦେଷ୍ଟା ଶ୍ରୀଯୁକ୍ତ ଅଲେଖ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଏବଂ ପ୍ରତିଷ୍ଠାତା ସଭାପତି ପଦ୍ମ ଚରଣ ସାହୁ ଙ୍କ ଉପସ୍ଥିତିରେ ଆସନ୍ତା ଜାନୁଆରୀ ୨୫ ରବିବାର ଏକ ସ୍ବେଛାକୃତ ରକ୍ତଦାନ ଶିବିର ଏରଡଙ୍ଗା ସ୍ଥିତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଠାରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଗଲା।ଉକ୍ତ ବୈଠକରେ ଶିବିରର ତାରିଖ, ସ୍ଥାନ, ସ୍ୱାସ୍ଥ୍ୟ ସୁରକ୍ଷା ବ୍ୟବସ୍ଥା, ସ୍ୱଇଛାସେବକଙ୍କ ଭୂମିକା ଓ ରକ୍ତଦାତାଙ୍କ ସଚେତନତା ସମ୍ପର୍କରେ ଆଲୋଚନା କରାଗଲା।ସଂଯୋଜକ ସରୋଜ କୁମାର ଦ୍ବିବେଦୀ, ସଭାପତି ତ୍ରିଲୋଚନ ପତ୍ର,ଉପ ସଭାପତି ବୀରକିଶୋର ବାରିକ, ସଂପାଦକ ସ୍ମୃତି ରଂଜନ ବେହେରା,ସହ ସଂପାଦକ ଶୁସିଲ ଖଟୁଆ, ବଳରାମ ଦଳାଇ, ବିକାଶ କୁମାର ନାୟକ, ଦେବାଶିଷ ଦଳାଇ,ରାଜା ସେନାପତି,ଶୁଭମ ସାହୁ ପ୍ରକାଶ ସେଠୀ, ସୁମନ ଦଳାଇ,ରାମଚନ୍ଦ୍ର ନାୟକ, ବିକ୍ରମ ବେହେରା, ସାହେବ ବେହେରା, ଇଶ୍ୱର ଚନ୍ଦ୍ର ପାତ୍ର,ବିଶ୍ବ ଭୁଷଣ ବେହେରା,ଅମିତ ନାୟକ,ପାର୍ଥ ସାରଥୀ ନାୟକ, ଲକ୍ଷ୍ମୀଧର ମଣ୍ଡଳ, ଅଭିଳାଷ ସାହୁ, ଏବଂ ସଂଘ ର ଅନ୍ୟ ସଦସ୍ୟ ମାନେ ରକ୍ତଦାନ ଶିବିରକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
