ଓଡିଆ ପକ୍ଷପାଳନ ଅବସରରେ ସ୍ବେଛାକୃତ ରକ୍ତଦାନ ଶିବିର
ଓଡିଆ ପକ୍ଷ ପାଳନ ଅବସରରେ ଉପଖଣ୍ଡସ୍ତରିୟ ସ୍ବେଛାକୃତ ରକ୍ତଦାନ ଶିବିର ସ୍ଥାନୀୟ ଗଡଯାତ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ କାମାକ୍ଷାନଗର ଉପଜିଲ୍ଲାପାଳ ଯୋଗଦେଇ ଫିତାକାଟି ଉଦ୍ଘାଟନ କରିଥିଲେ। ଅନ୍ୟାନ୍ୟ ଅତିଥି ଭାବେ ସହକାରି ଜିଲ୍ଲାପାଳ ଓ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟର ମୁଖ୍ୟଚିକିତ୍ସାଧିକାରୀ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ଆଜି ମୋଟ ୨୦୦ ୟୁନିଟ ରକ୍ତ ସଂଗ୍ରହ କରିବାର ଲକ୍ଷ ରଖାଯାଇଛି। ବହୁ ଯୁବପିଢ଼ି ସ୍ବେଛାକୃତ ଭାବେ ଆସି ରକ୍ତ ଦେଉଥିବାର ଦେଖିବାକୁ ମିଳିଛି। ବିଶେଷକରି ଏହି ଖରାଦିନେ ରକ୍କଭଣ୍ଡାର ଗୁଡିକରେ ରକ୍ତର ଅଭାବ ଦେଖାଦେଇଥାଏ। ତେଣୁ ଏହି ରକ୍ତଦାଦାନ ଶିବରରୁ ସଂଗ୍ରହ ରକ୍ତ ଗୁଡିକ ରକ୍ତଭଣ୍ଡାରରେ ରୋଗିଙ୍କ ପାଇଁ ବେସ ସହାୟିକ ହେବ।
