ରଘୁନାଥ ଜୀଉ ସ୍ନାତକ ମହାବିଦ୍ୟାଳୟରେ ରକ୍ତଦାନ ଅଭିଯାନ
ରଘୁନାଥ ଜୀଉ ସ୍ନାତକ ମହାବିଦ୍ୟାଳୟରେ ରକ୍ତଦାନ ଅଭିଯାନ
ଗଣିଆ – ଗଣିଆରେ ଥିବା ରଘୁନାଥ ଜୀଉ ସ୍ନାତକ ମହାବିଦ୍ୟାଳୟ ପରିସରରେ ଓଡ଼ିଆ ପକ୍ଷ ଅବସରରେ ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଏବଂ ଜନ ସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ଦ୍ବାରା ସମର୍ଥିତ ରକ୍ତଦାନ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଅଖିଳ କୁମାର ହୋତାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ଶିବିର ଆୟୋଜନ କରାଯାଇଥିଲା । ସକାଳ ୮ ଘଟିକା ଠାରୁ ଏହି ସ୍ବେଛାକୃତ ରକ୍ତଦାନ ଶୁଭାରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ତାପତୀ ରାଜ, ବରିଷ୍ଠ ନାଗରିକ ମଞ୍ଚର ସଭାପତି ଗିରିଶ କୁମାର ମିଶ୍ର, ମହାନଦୀ ପବ୍ଲିକ ସ୍କୁଲର ସମ୍ପାଦକ ପଙ୍କଜ କୁମାର ସାହୁ, ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ପଣ୍ଡା, ଜାତୀୟ ସେବା ଯୋଜନାର ପ୍ରୋଗ୍ରାମ ଅଧିକାରୀ ଭଗବାନ ପୃଷ୍ଟି,ଶର୍ମିଳା ଦାଶ,ଯୁବ ରେଡକ୍ରସର ରାକେଶ ବରାଡ ପ୍ରମୁଖ ଉପସ୍ଥିତ ଥିଲେ । ରକ୍ତ ସଙ୍କଟରେ କାହାକୁ ମରିବାକୁ ଦେବା ନାହିଁ ବୋଲି ଡେପୁଟି କଲେକ୍ଟର ମତ ଦେଇଥିଲେ । ରକ୍ତ ଦାନ ଭଳି ଏକ ମହତ ଦାନରେ ସମସ୍ତେ ସାମିଲ ହେବାକୁ ଅତିଥି ମାନେ ଆହ୍ବାନ କରିଥିଲେ । ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନାର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ରକ୍ତଦାତାଙ୍କୁ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ । ପ୍ରାୟ ୨୯ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ମହାବିଦ୍ୟାଳୟର ଅଧ୍ୟାପକ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଡଃ କିଶୋର ଚନ୍ଦ୍ର ସାହୁ ଉପସ୍ଥିତ ରହି ରକ୍ତଦାତାଙ୍କ ପରୀକ୍ଷା ନୀରିକ୍ଷା କରିଥିବା ବେଳେ କାଉନସେଲର ଅଜୟ କୁମାର ପଟ୍ଟନାୟକ,ଏଲଟି ରବିନ୍ଦ୍ରନାଥ ସାହୁ, ଅଭିମନ୍ୟୁ ସାହୁ, ସନ୍ତୋଷ କୁମାର ମହାରଣା, ଆଟେଣାଣ୍ଟ ପଞ୍ଚୁ ଦଳେଇ, ପବିତ୍ର ମୋହନ ସାହୁ,କୃଷ୍ନପ୍ରିୟା ସାହୁ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ
