ଶ୍ରୀମନ୍ଦିର ଗର୍ଭଗୃହରେ ପଡିଲା ରକ୍ତ ..ବୋଝିଆ ଆହତ..ଠାକୁରଙ୍କର ହେଲା ବଡ ମହାସ୍ନାନ ନୀତି
ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା। ଗର୍ଭଗୃହରେ ପଡ଼ିଲା ରକ୍ତ। ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ବୋଝିଆ। ସେପଟେ ଗର୍ଭଗୃହରେ ରକ୍ତ ପଡ଼ିଥିବା ଯୋଗୁଁ ଠାକୁରଙ୍କର ହେଲା ବଡ଼ ମହାସ୍ନାନ ନୀତି। ବଡ଼ ମହାସ୍ନାନ ନୀତି ଯୋଗୁଁ ପ୍ରାୟ ଦେଢ଼ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା । ଆଜି ମଧ୍ୟାହ୍ନ ଧୂପ ପରେ ବୋଝିଆ ମାନେ ଭୋଗ ବୋହୁଥିବା ବେଳେ ଜଣେ ବୋଝିଆ ଗର୍ଭଗୃହରେ ପଡ଼ି ଯାଇଥିଲେ। ତଳେ ପଡ଼ିଯିବାରୁ ସମ୍ପୃକ୍ତ ବୋଝିଆଙ୍କର ମୁଣ୍ଡ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା। ଚିକିତ୍ସା ପାଇଁ ତୁରନ୍ତ ତାଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଆହତ ବୋଝିଆ ଶାସନ ଦାମୋଦରପୁରର ଅଶୋକ ପ୍ରଧାନ। ଅଶୋକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି। ସେପଟେ ଗର୍ଭଗୃହରେ ରକ୍ତ ପଡ଼ିଥିବା ଯୋଗୁଁ ଠାକୁରଙ୍କର ବଡ଼ ମହାସ୍ନାନ ନୀତି ହୋଇଥିଲା । ମହାସ୍ନାନ ନୀତି ସରିବା ପରେ ସର୍ବସାଧାରଣ ଦର୍ଶନ ସ୍ବଭାବିକ ହୋଇଥିଲା |
