ନଉକା
ଜୀବନ ଏକ ନଉକା ହେଲେ
ନାବିକ ହେବ ନିଜେ
କାର୍ଯ୍ୟ କରିବା ପୂର୍ବରୁ ଭାବିଲେ
ଦେହରେ କିଛି ନ ବାଜେ।
ମନ କୁ ସ୍ଥିର କରିବ ଯିଏ
ଶାନ୍ତ ଶିଷ୍ଟ ହେବ
ଅନ୍ୟମନସ୍କ ହେବ ତ ଯିଏ
ଅଶାନ୍ତ ଭାବ ନେବ।
ପ୍ରକୃତି କୁ ଯିଏ ଆୟତ କରେ
ସ୍ଥିର ମନା ହୁଏ
କାମ କରିବା ଆଗ୍ରହ ତାର ଆପେ ଆପେ ଆସିଥାଏ।
ନଉକା ର ନାଉରୀ ପାଇଁ ମନକୁ ସ୍ଥିର କର
ତ୍ୟାଗ ଭାବ ମନରେ ରଖି
ହୁଅନ୍ତୁ ଅଗ୍ରସର।
ସତ୍ୟ ନ୍ୟାୟ ଦୟା କ୍ଷମା ରହିଲେ ଚାରି ଗୁଣ
ଭଲ ମଣିଷ ହେବାର ପାଇଁ
ପ୍ରତୀକ ହେବ ଜାଣ।
ମଣିଷ ଜୀବନ ଅଟଇ ପରା
ସମାଜ ସେବା ପାଇଁ
ଦୁଃଖୀ ରଙ୍କି ଙ୍କୁ ସାହାଯ୍ୟ କର
ସାର୍ଥକ ହେବା ପାଇଁ।
ଆମେ ନାଉରୀ ନଉକା ଆମ ଜୀବନ ମାନ ଦଣ୍ଡ
କାମ କରିବୁ ଦେଶର ପାଇଁ
ପାଇବୁ ନାହିଁ ଦଣ୍ଡ।
ଭଲ ନାଉରୀ ହେବା ପାଇଁ
ସମସ୍ତେ ଚେଷ୍ଟା କର
ନିଶ୍ଚୟ ତୁମେ ପାଇବ‌ଫଳ
ଏହି ଯେ ମର୍ତ୍ତ୍ୟପୁର।
ପ୍ରକୃତି ବନ୍ଧୁ ହରିହର ସାହୁ
(ରାଜ୍ୟ, ପ୍ରକୃତି ବନ୍ଧୁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ)
ସଭାପତି ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା

Leave a Reply

Your email address will not be published. Required fields are marked *