ମୃତ୍ୟୁପରେ ବଡ଼ ମେଡିକାଲକୁ ବି.ଵାଲାକୃଷ୍ଣଙ୍କ ଚକ୍ଷୁଦାନ ଓ ଶରୀର ଦାନ

ମୃତ୍ୟୁପରେ ବଡ଼ ମେଡିକାଲକୁ ବି.ଵାଲାକୃଷ୍ଣଙ୍କ ଚକ୍ଷୁଦାନ ଓ ଶରୀର ଦାନ

ବ୍ରହ୍ମପୁର ତା ୧୩.୦୬.୨୦୨୫ ରିଖରେ ବ୍ରହ୍ମପୁର ନୂଆବସ୍ ଷ୍ଟାଣ୍ଡ ରୋଡ ନିବାସୀ ବି.ଵାଲାକ୍ରିଷ୍ଣା , ଜଣେ ହେତୁବାଦୀ ନେତା ଓ ମାନବବାଦୀ ହେତୁବାଦୀ ସଂଗଠନର ପ୍ରତିଷ୍ଠାତା ସଭ୍ୟଙ୍କର ଆଜି ଭୋରରେ ୮୨ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଆଗରୁ ମୃତ୍ୟୁପରେ ଶରୀର ଦାନ କରିବାକୁ ସ୍ୱୀକୃତି ପ୍ରଦାନ କରିଥିଲେ। ପିତାଙ୍କର ଇଛା ପୂରଣପାଇଁ ତାଙ୍କର ଏକମାତ୍ର ଝିଅ ଇ.ଶ୍ରୁତି ଓ ଜ୍ୱାଇଁ ଇ.ଅଭିଳାଷ ଓ ଏକମାତ୍ର ନାତି ଇ. ଅଭିଳାଷ ମେଡିକାଲ କଲେଜର ପଠନରତ ଛାତ୍ର ଛାତ୍ରୀ ମାନଙ୍କ ପଢିବାପାଇଁ ଶରୀର ଦାନ ଓ ଦୃଷ୍ଟିବାଧିତ ଲୋକଙ୍କ ପାଇଁ ଚକ୍ଷୁଦାନ ପାଇଁ କାର୍ଯ୍ୟରତ ପ୍ରତିଷ୍ଠିତ ସ୍ବେଛାସେବୀ ସଂଗଠନ ମାନବବାଦୀ ହେତୁବାଦୀ ସଂଗଠନ ଓ ଫ୍ରେଣ୍ଡସ ହେଲପିଙ୍ଗ କ୍ଳବର ସହଯୋଗରେ ପ୍ରଥମେ ଚକ୍ଷୁଦୁଇଟିକୁ M.K.C.G.ହସ୍ପିଟାଲର ଚକ୍ଷୁ ବିଭାଗକୁ ଦାନ କରିଥିଲେ। ଚକ୍ଷୁବିଭାଗର ଡ.ପି.ସ୍ୱାତୀ କିରଣ ଓ ଡ.ପିଙ୍କି ପାଣିଗ୍ରାହୀ ଚକ୍ଷୁ (କର୍ଣ୍ଣିଆ), ସଂଗ୍ରହ କରିଥିଲେ।
ପରେ ଘ ୧୦.୩୦ ମିନିଟ ସମୟରେ ମୃତ ଶରୀରକୁ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି କଲେଜର ଏନାଟମି ବିଭାଗର ମୁଖ୍ୟ ପ୍ରଫେସର ଜାମି ସାଗର ପୃଷ୍ଟିଙ୍କ ଉପସ୍ଥିତିରେ ହସ୍ତାନ୍ତର କରାଯାଇଥିଲା। ଏହିବର୍ଷ ଆଜିସୁଦ୍ଧା ୭ ଜଣ ଶରୀର ଦାନ କରିଥିବା ପ୍ରଫେସର ଡ.ସାଗର ପୃଷ୍ଟି ଜଣାଇ ଥିଲେ। ଏହି କାର୍ଯ୍ୟକ୍ରମରେ ଡି.ଜୀବନ କୁମାର ବି.ଦନେଶ, ଇ.ବିଜୟ ଲଷ୍ମୀ, ଇ.ଶଙ୍କର ରାଓ, ବି.ଲଷ୍ମୀ ଓ ବହୁବନ୍ଧୁବାନ୍ଧବ ଉପସ୍ଥିତ ଥିଲେ। ଏହି କାର୍ଯ୍ୟ କ୍ରମରେ ମାନବବାଦୀ ହେତୁବାଦୀ ସଂଗଠନର ଉପ ସଭାପତି କିଶୋର ଚନ୍ଦ୍ର ମିଶ୍ର, ଯୁଗ୍ମ ସମ୍ପାଦକ ପତ୍ରତାପ ଚୌଧୁରୀ, ଜମ୍ମୁଲା ସୁରେଶ, ଡି.ମୋହନ ରାଓ, କେ.ବାସବା ରାଜୁ , ଯୁଧିଷ୍ଠିର ସାହୁ, ପ୍ରତାପ ପ୍ରଧାନ ଓ ଫ୍ରେଣ୍ଡସ ହେଲପିଙ୍ଗ କ୍ଳବର ପୂର୍ବତନ ସଭାପତି କେ.ପୁରୁଷୋତ୍ତମ କୁମାର ସୁବୁଦ୍ଧି, ଇ. ଜଗଦୀଶ୍ୱର ରାଓ, ହରେକୃଷ୍ଣ ପାଣିଗ୍ରାହୀ ସହଯୋଗ କରିଥିଲେ।
ସେହିପରି ଗତକାଲି ତା ୧୨.୦୬.୨୦୨୫ ରେ ବ୍ରହ୍ମପୁରର ବିଷ୍ଣୁନଗର ନିବାସୀ କୋଟା ଜୟଚନ୍ଦ୍ରଙ୍କର ୮୨ ବର୍ଷ ବୟସରେ ବିୟୋଗ ପରେ ମହରାଜକୃଷ୍ଣ ଚନ୍ଦ୍ର ମେଡିକଲର ଚକ୍ଷୁବିଭାଗକୁ ଚକ୍ଷୁ ଦାନ ହୋଇଥିଲା।ଡ.ସାଥି ରବୀନ୍ଦ୍ର ଓ ଡ.ମାନସ ରଞ୍ଜନ ରାଉତ ଚକ୍ଷୁ ଦୁଇଟିକୁ ସଂଗ୍ରହ କଟିଥିଲେ। ଚକ୍ଷୁଦାନ ସାମୟରେ ଝିଅ ଏସ.ସଂଯୁକ୍ତା ପୃଷ୍ଟି, ଜ୍ୱାଇଁ ଏସ.ମହେଶ୍ୱର ପୃଷ୍ଟି, ଝିଅ ଟି.ରୀନା ସରାଫ, ଜ୍ୱାଇଁ ଟି.ମହେଶ୍ୱର ସରାଫ, ମାନସ ସେନାପତି, ଲିପ୍ସା ବେହେରା , Y ସନ୍ମୁଖ ରାଓ,ମହେଶ୍ୱର ରାଓ,କେ.ପଙ୍କଜ କୁମାର ସେନାପତି, ବି.ଅଶୋକ କୁମାର ପୃଷ୍ଟି ଉପସ୍ଥିତ ଥିଲେ। ଏହିକାର୍ଯ୍ୟକ୍ରମକୁ ଫ୍ରେଣ୍ଡସ ହେଲ୍ପଇଂଜି କ୍ଳବର ପୁରୁଷୋତ୍ତ କୁମାର ସୁବୁଦ୍ଧି,ଇ.ଜଗଦୀଶ୍ୱର ରାଓ,
ପ.ମହେଶ୍ୱର ରାଓ,ଏସ.ମହେଶ୍ୱର ପୃଷ୍ଟି ସହଯୋଗ କରିଥିଲେ। ଏହିମାସରେ ଦୁଇ ଜଣ ଓ ୨୦୨୫ ଆଜି ସୁଦ୍ଧା ୧୩ ଜଣ ମୃତ୍ୟୁପରେ ଚକ୍ଷୁଦାନ କରିଥିବା ଜମ୍ମୁଲା ସୁରେଶ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *