ବୋମାମାଡ କରି ଫେରାର ହୋଇଥିବା ଦୁର୍ବୃତ୍ତ ମାନଙ୍କୁ କୁମ୍ଭାରପଡ଼ା ଥାନା ପୋଲିସ ଗିରଫ କରିଛି
ବୋମାମାଡ କରି ଫେରାର ହୋଇଥିବା ଦୁର୍ବୃତ୍ତ ମାନଙ୍କୁ କୁମ୍ଭାରପଡ଼ା ଥାନା ପୋଲିସ ଗିରଫ କରିଛି l ଗିରଫ ଅଭିଯୁକ୍ତ ହେଉଛନ୍ତି ତାଳବଣିଆ ଥାନା ଅନ୍ତର୍ଗତ ଅଟାକଲ ଲେନର ବିଶାଳ ପାତ୍ର, ବଳିଆପଣ୍ଡା ଅଞ୍ଚଳର ସମୀର ସାମନ୍ତରାୟ, ସଞ୍ଜୟ ସରକାର ଓ ଡେଲାଙ୍ଗ ଥାନା ଅନ୍ତର୍ଗତ ଗଦା କାଳୁପଡାର ପ୍ରିୟବ୍ରତ ଜେନା l ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁରୀ ସିଟିଡ଼ିଏସପି l ସୂଚନା ମୁତାବକ ଗତ ୧୧ତାରିଖ ରାତିରେ ପୁରୀ ବଳିଆପଣ୍ଡା ଥାନା ଅନ୍ତର୍ଗତ ଲାଇଟ୍ ହାଉସ୍ ନିକଟରେ ଥିବା ହୋଟେଲ୍ ସ୍ୱପ୍ନା ଇନ ଉପରକୁ ଦୁର୍ବୃତ୍ତ ମାନେ ବୋମା ମାଡ଼ କରି ଫେରାର ହୋଇଯାଇଥିଲେ l ଏ ନେଇ ବଳିଆପଣ୍ଡା ଥାନାରେ ଏକ ଲିଖିତ ଅଭିଯୋଗ ପରେ ଘଟଣାସ୍ଥଳରେ ପୁରୀ ଏସପି, ସିଟି ଡିଏସପି,ବଳିଆପଣ୍ଡା ଥାନା ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ବ୍ୟବସାୟିକ ଶତ୍ରୁତାକୁ ନେଇ ଦୁର୍ବୁତ୍ତ ମାନେ ଏହି ବୋମାମାଡ କରିଛନ୍ତି ଏହି ଘଟଣାରେ ଆଉ କିଛି ଦୁର୍ବୃତ୍ତ ଫେରାର ଅଛନ୍ତି ସେମାନଙ୍କୁ ମଧ୍ୟ ଯଥା ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ପୁରୀ ସିଟିଡ଼ିଏସପି ରଶ୍ମି ରଞ୍ଜନ ମହାପାତ୍ର ।
