ମଦ ଦୋକାନ କୁ ବୋମା ମାଡ଼ ଘଟଣା
ବୋମା ମାଡ଼ ଘଟଣାରେ ସାଇଣ୍ଟିଫିକର ଛାନଭିନ ତଦନ୍ତ । ସରକାରୀ ବିଦେଶୀ ମଦ ଦୋକାନ ସାମ୍ନାରେ ବୋମା ମାଡ଼। ପୁରୀ ଜିଲ୍ଲା କାକଟପୁର ଥାନା ଠାରୁ ଏକ କିଲୋମିଟର ଦୂରରେ ଥିବା ଉତ୍କଳ ପ୍ଲାଜା ବାର ଆଣ୍ଡ ରେଷ୍ଟରାଣ୍ଟ ନାମକ ଏକ ସରକାରୀ ବିଦେଶୀ ମଦ ଦୋକାନରେ ଗୁରୁବାର ସନ୍ଧ୍ୟା ରେ ହୋଇଥିଲା ଦୁଇଟି ବୋମାମାଡ଼, ଭାଙ୍ଗିଯାଇଛି ଆଗ ସାମ୍ନା କାଚ । ଗତ ଗୁରୁବାର କିଛି ଯୁବକ ଉତ୍କଳ ପ୍ଲାଜା ବାର ଆଣ୍ଡ ରେଷ୍ଟରାଣ୍ଟ ରେ ବସି ମଦ୍ୟପାନ କରିଥିଲେ। କିନ୍ତୁ ହୋଟେଲ ମ୍ୟାନେଜର ସୁନୀଲ କୁମାର ଜେନା ଖାଇବା ଓ ପିଇବା ବାବଦକୁ ଟଙ୍କା ମାଗିବାରୁ ସେମାନେ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଦାଦାବଟି ୧୦ହଜାର ଟଙ୍କା ମାଗିଥିଲେ। ଏହା ସହ ମ୍ୟାନେଜର କୁ ନିଶାଶକ୍ତ ଯୁବକ ଧମକାଇଥିଲେ । କିନ୍ତୁ ଗୁରୁବାର ସନ୍ଧ୍ୟା ୫ଘ ୪୦ମିନିଟ ସମୟରେ ଉତ୍କଳ ପ୍ଲାଜା ବାର ଆଣ୍ଡ ରେଷ୍ଟରାଣ୍ଟ ସାମ୍ନାରେ ୨ଟି ବୋମା ଫୁଟିଥିଲା।

ପ୍ରଚଣ୍ଡ ଶବ୍ଦ ହେବା ସହ ବାର ସାମ୍ନାରେ ଲାଗିଥିବା କାଚର ଅନେକାଂଶ ଭାଙ୍ଗିଯାଇଛି। ଖବର ପାଇଁ କାକଟପୁର ଥାନା ସବଇନିସ୍ପେକ୍ଟର ଗୌରୀ ଶଙ୍କର ସେଠୀ ଓ ଅନ୍ୟ ପୋଲିସ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ଫୁଟାନ୍ତ ବୋମାର ଆଂଶିକ ସୁତୁଲି ଜବତ କରିଥିଲେ। ଗୁରୁବାର ରାତ୍ର ସମୟରେ ଉତ୍କଳ ପ୍ଲାଜା ବାର ଆଣ୍ଡ ରେଷ୍ଟରାଣ୍ଟ ର ମ୍ୟାନେଜର ସୁନୀଲ କୁମାର ଜେନା ଥାନାରେ ଲିଖିତ ଅଭିଯୋଗ ଦେବା ପରେ ପୋଲିସ ଅଭିଯୋଗକୁ ଭିତ୍ତିକରି ବାର ଲାଗିଥିବା ସିସିଟିଭି ଯାଞ୍ଚ କରିଥିଲେ। ଏହା ସହ କାକଟପୁର ଅଞ୍ଚଳର ଜଣେ ଯୁବକଙ୍କୁ ଥାନାରେ ଅଟକ ରଖିଥିଲେ। ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ ପରେ କାକଟପୁର ଥାନା ମାମଲା ରୁଜୁ କରି କାକଟପୁର ଥାନା ଅଞ୍ଚଳରଏକ ଯୁବକଙ୍କୁ କାକଟପୁର ପୋଲିସ ଶୁକ୍ରବାର ଅଦାଲତ ଚାଲାଣ କରିଛି। ଏହି ଘଟଣା ସମ୍ପୂକ୍ତ ଅନ୍ୟ ମାନଙ୍କୁ ଧରିବାପାଇଁ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଆଜି ବୋମା ମାଡ଼ ହୋଇଥିବା ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍ ର ତିନି ଜଣିଆ ଟିମ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରୀରଖିଛି।
କାକଟପୁରରୁ ଜ୍ଞାନ ରଞ୍ଜନ ବିଶ୍ଵାଳ
