ପୁସ୍ତକ
ପୁସ୍ତକ
ପୁସ୍ତକ ଅଟଇ ସାଥୀ ଆମର।
ରହିଥାଏ ସଦା ଆମ ପାଶର।।
କହିଥାଏ କଥା କେତେ କାଳର।
ମଜା ମଜା ଗପ କେତେ ପ୍ରକାର।।
ଆକାଶ ପୃଥିବୀ ମାଟିର କଥା।
ପଢ଼ିଲେ ଘୁରି ଯାଏ ମୋର ମଥା।।
ଗଣିତ ସାହିତ୍ୟ ବିଜ୍ଞାନ ସାଥେ।
ଏକାକୀ ଏମିତି ସମୟ ବିତେ।।
ମୋବାଇଲ ଛାଡ଼ ପୁସ୍ତକ ଧର।
କଲମରେ ଲେଖ କବିତା ଧାର।।
ପଢ଼ିବା ଆମେ ଓ ଗଢ଼ିବା ଆମେ।
ଶପଥ ନେବା ଏହି ଧରାଧାମେ।।
ଆମରି ସଙ୍ଗେ କେ ନୁହେଁରେ ସମ।
ଆଗକୁ ବଢ଼ି କରିବା ସଂଗ୍ରାମ।।
ପୁସ୍ତକ ପଢି ହୋଇବା ମହାନ।
ସଭିଙ୍କୁ ମୋର ରହିଲା ନିବେଦନ।।
କେ ଅମିତ୍ କୁମାର ଆଚାରୀ ହିଞ୍ଜିଳିକାଟୁ ଗଞ୍ଜାମ ଓଡ଼ିଶା।
ଷଷ୍ଠ ଶ୍ରେଣୀ, କେନ୍ଦ୍ରୀୟ ବିଦ୍ୟାଳୟ।
କେ ଅମିତ୍ କୁମାର ଆଚାରୀ
