ପୁସ୍ତକ ଉନ୍ମୋଚିତ
ପୁରୀ ୧୭/୮ ବିଶିଷ୍ଟ ସ୍ତମ୍ଭକାର, କବି, ଗାଳ୍ପିକ,ଗୀତିକାର ତଥା ଶ୍ରୀମନ୍ଦିର ର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଙ୍କ ଗଳ୍ପ ସଂକଳନ ଆଗ୍ନେୟଗିରି ର ଅବଶେଷ ଉନ୍ମୋଚିତ ହୋଇଯାଇଛି। ଗତକାଲି ସନ୍ଧ୍ୟାରେ ସଂସ୍କୃତି ଭବନ ପରିସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ତଥା ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା, ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ ଏହି ପୁସ୍ତକକୁ ଉନ୍ମୋଚିତ କରିବା ସହ ପୃଥିବୀର ପ୍ରତିଟି ଚରିତ୍ର ଗୋଟିଏ ଗୋଟିଏ କାହାଣୀ।ଯାହା କେବଳ ସାହିତ୍ୟିକ ଦୃଷ୍ଟି କୁ ଆସେ।ସାହିତ୍ୟିକ ହାତରେ ଚରିତ୍ର ଗୁଡିକ ଅମର ହୋଇ ଯାଆନ୍ତି ବୋଲି ସେ କହିଥିଲେ।ବିଶିଷ୍ଟ କଥାକାର ଗୌରହରି ଦାସ ସାହିତ୍ୟ ଜୀବନ କୁ ସରସ ସୁନ୍ଦର ଓ ଚଳଚଞ୍ଚଳ କରିଥାଏ ବୋଲି କହିଥିଲେ।ପୁସ୍ତକ ସମ୍ପର୍କରେ ସୂଚନା ଦେଇ ଲେଖକ ଶ୍ରୀ ଦାସ କୋଭିଡରେ ପୀଡିତ ସମୟରେ ଶାରିରୀକ ମାନସିକ ଓ ସଂଗରୋଧ ଯନ୍ତ୍ରଣା ର ଅନୁଭବ ଏବଂ ନିସଙ୍ଗତାରୁ ମୁକ୍ତି ଆଧାର ରେ ପୁସ୍ତକ ଟି ର ପରିକଳ୍ପନା କରିଥିବା କହିଥିଲେ। ପ୍ରକାଶିନୀ ସଂସ୍ଥା ପକ୍ଷୀଘରର ପ୍ରକାଶକ ବନଜ ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉନ୍ମୋଚନ କାର୍ଯ୍ୟକ୍ରମ ରେ ସାହିତ୍ୟିକ ଡଃ ଅଜୟ ସ୍ୱାଇଁ, ଅଜୟ ମହାପାତ୍ର, ଶଙ୍କର ପରିଡା, ଚିତ୍ର ଶିଳ୍ପୀ ଫଟୋଗ୍ରାଫର ଅତନୁ ପାଲ ପ୍ରମୁଖ ଯୋଗ ଦେଇଥିଲେ।ଶ୍ୟାମ ପ୍ରକାଶ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।
