ବନଜ୍ୟୋସ୍ନା ସାହିତ୍ୟ ସଂସଦର ପଞ୍ଚଦଶ ପୁସ୍ତକ ମେଳା ଓ ସାଂସ୍କୃତିକ ମେଳା ଉଦଯାପିତ
।ଫୁଲବାଣୀ,୨୪ା୨ ଫୁଲବାଣୀର ଅଗ୍ରାଣୀ ସାହିତ୍ୟ ଅନୁଷ୍ଠାନ ବନଜ୍ୟୋସ୍ନା ସାହିତ୍ୟ ସଂସଦର ପଞ୍ଚଦଶ ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ଉଦଯାପିତ ହୋଇଯାଇଛି । ଗତ ୧୨ ତାରିଖରୁ ଆରମ୍ଭ ହୋଇ,ଦିର୍ଘ ୧୨ ଦିନ ଧରି ଚାଲିଥିବା ଏହି ମେଳାରେ ବିପୁଳ ଜନସମାଗମ ହେବା ସହିତ ବିଭିନ୍ନ ଦିନ ମାନଙ୍କରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ତଥାକନ୍ଧମାଳ ଜିଲ୍ଲାରୁ ଅନେକ ସାରସ୍ୱତ ସାହିତ୍ୟିକ ତଥା ସାରସ୍ୱତ ସାଧକ ଯୋଗ ଦେଇ ତାଙ୍କର ସାହିତ୍ୟର ଭଣ୍ଡାରକୁ ଖୋଲି ଦେଇଥିଲେ ଫୁଲବାଣୀର ସାରସ୍ୱତ ପ୍ରେମୀ ମାନଙ୍କ ନିକଟରେ । ଉସôବର ଉଦଯାପନୀ ସଂନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ପ୍ରାଣି ଚିକିତ୍ସା ଅଧିକାରୀ ଡ.ନୀରଦଚନ୍ଦ୍ର କହଁର ଯୋଗ ଦେଇ ବେଳେ ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ସାମ୍ବାଦିକ ଡ.ଅରୁପ କୁମାର ଜେନା ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଠା ପ୍ରାଧ୍ୟାପକ ତୀର୍ଥ ଯାନୀ ଯୋଗ ଦେଇଥିଲେ । ଅନୁଷ୍ଠାନର ସଭାପତି ପ୍ରଶାନ୍ତ କୁମାର ବେହରୋ ସଭାପତିତ୍ୱ କରିଥିବାବେଳେ,ମୁଖ୍ୟ ସମ୍ପାଦକ ଡ.କାହ୍ନୁଚରଣ ଶତପଥି ପ୍ରାରମ୍ଭିକ ଭାଷଣ ରଖିଥିଲେ । ଅତିଥି ମାନେ ଅନୁଷ୍ଠାନର ଦିର୍ଘ ୩୨ ବର୍ଷର କାର୍ଯ୍ୟଶୈଳୀ ଏବଂ ୧୫ ବର୍ଷର ପୁସ୍ତକ ମେଳାର ଆୟୋଜନସହଜ ସାଧ୍ୟ ନୁହେଁ ଯାହା ବନଜ୍ୟୋସ୍ନା ସାହିତ୍ୟ ସଂସଦ ସୁଚାରୁ ରୁପେ ଏବଂ ନିରନ୍ତର ଭାବରେ କରି ଆସୁଛି ଯାହା ସହଜ ସାଧ୍ୟ ନୁହେଁ ବୋଲି ଖୁବ ସୁନ୍ଦର ଭାବରେ ବର୍ଣ୍ଣନା କରିବା ସହିତ ଅନୁଷ୍ଠିତ ଭବ୍ୟ ମେଳାର ଲୋକର୍ପିୟତାକୁ ପ୍ରସଂଶା କରିଥିଲେ ନିଜ ନିଜର ବକ୍ତବ୍ୟରେ । ଏଥି ପୁର୍ବରୁ ଅପରାହ୍ନରେ କୁଈ ଭାଷା ସାହିତ୍ୟ ସମିତି ତରଫରୁ ଏକ କୁଈ କବି ସମ୍ମୀଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ସମିତିର ସଭାପତି ଦିନବନ୍ଧୁ କହଁର ସଭାପତିତ୍ୱ କରିଥିବାବେଳେ କାର୍ଯ୍ୟକ୍ରମର ଅତିଥି ଭାବରେ ବନଜ୍ୟୋସ୍ନା ସାହିତ୍ୟ ସଂସଦର ସଭାପତି ପ୍ରଶାନ୍ତ କୁମାର ବେହେରା,ସମ୍ପାଦକ ଡ.କାହ୍ନୁଚରଣ ଶତପଥି,କୁଈସମାଜ ସେବା ସମିତିର ସମ୍ପାଦକ ଇଂ.ଅବନି କୁମାର କହଁର,କୁଈ ସମାଜ ସେବା ସମିତି ଫିରିଙ୍ଗିଆର ସଭାପତି ମୁକୁନ୍ଦ କହଁର ପ୍ରମୁଖ ଯୋଗ ଦେଇଥିବା ବେଳେ କବି ସମ୍ମିଳନୀରେ, କୁଈ କବି ଅର୍ଜୁନ କହଁର ଏବଂ ବିଶ୍ୱମ୍ବର କହଁର ସଂଯୋଜନା କରିଥିଲେ । ଏଥିରେ ସମୁଦାୟ ୩୦ ଜଣ କୁଈ କବି ସେମାନଙ୍କର କବିତା ପାଠ କରିଥିଲେ । ପରେ ମୋରେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଏହି ଅବସରରେ ମେଳା ପରିସରରେ ଦିର୍ଘ ୧୦ ଦିନ ଧରି ଆୟୋଜିତ ସ୍ୱେଛାକୃତ ରକ୍ତଦାନ ଶିବିର ର ସୁ ପରିଚାଳନା ଓ ରକ୍ତ ସଂଗ୍ରହ ପାଇଁ ଫୁଲବାଣୀ ରକ୍ତ ଭଣ୍ଡାର ଅଧିକାରୀ ଡ.ଜୟଦିପ ଘୋଷ ଏବଂ ତାଙ୍କର କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମେଳା ରେ ପୁଜ୍ୟପୂଜା କାର୍ଯ୍ୟକ୍ରମ, ୨୨ ତାରିଖ ଦିନ କାର୍ଯ୍ୟକ୍ରମର ଉଦଘାଟକ ଭାବରେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ହରିଶ ବିସି ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବରେ ପ୍ରଫେସର ସୂନୀଲ ମିଶ୍ର ଏବଂ ମୁଖ୍ୟ ବକ୍ତା ଭାବରେ ବିଶିଷ୍ଠ ସାହିତ୍ୟିକ କିଶୋର ଚନ୍ଦ୍ର ମିଶ୍ର ଏବଂ ସମ୍ମାନିତ ଅତିଥି ଭାବରେ ପ୍ରତାପଚନ୍ଦ୍ର ମିଶ୍ର ଏବଂ ଅଧ୍ୟାପକ ମଦନସୁନ୍ଦର କ୍ଷେତି ଯୋଗ ଦେଇ “ଉତ୍କଳୀୟ ଅସ୍ମିତାରେ ପୂଜ୍ୟ ପୂଜାର ପରମ୍ପର” ସମ୍ପର୍କିର ଆଲୋଚନା ଚକ୍ରରେ ବକ୍ତବ୍ୟ ରଖିଥିଲେ । ପରେ ଅତିଥି ମାନଙ୍କ ଦ୍ୱାରା, ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କ ଦ୍ୱାରା ସମ୍ବର୍ଦ୍ଧିତ ଫୁଲବାଣୀର ବଦାନ୍ୟ ଭିକ୍ଷୁ ତୁଳା ବେହେରାଙ୍କୁ କନ୍ଧମାଳ ଗୌରବ ସମ୍ମାନରେ ସମ୍ମାନିତ କରାଯିବା ସହିତ,ବିସ୍ମୟ ଶିଶୁ ପ୍ରତିଭା(୪ ବର୍ଷ) ଚିନ୍ମୟୀ ସୁବୁଦ୍ଧି,ସାରସ୍ୱତ ଯୁଗଳନ୍ଦୀ ଶ୍ରୀମତୀ ଦିପ୍ତୀମୟୀ ରଥ ଏବଂ ଶ୍ରୀ ପ୍ରହଲ୍ଲାଦ ଲେଙ୍କା,ବିଶିଷ୍ଟ ରକ୍ତଦାତା,ମନୋଜ କୁମାର ମିଶ୍ର,ବିଶିଷ୍ଟ ରକ୍ତଦାତା ପ୍ରୋତ୍ସାହନ କାରୀ ଘୁ.ଉଦୟଗିରିର ନିତ୍ୟସୁନ୍ଦର ଦାସ,ବିଶିଷ୍ଠ ଶିକ୍ଷାବିତ୍ ଶ୍ରୀମତୀ ପ୍ରମିଳା ଦାସ,ନାରୀ ପ୍ରତିଭା ରିନାରାଣୀ ବେହେରା, ବରିଷ୍ଠନାଗରିକ (୧୦୫ ବର୍ଷ)ବିଶି ମଲ୍ଲିକ ଏବଂ ପାରା ଆଥ୍ଲେଟ୍ ସୂନୀଲ କୁମାର ପରିଡାଙ୍କ ସମେତ ବିଭିନ୍ନ ୨୨ ଜଣ ପ୍ରତିଭାବାନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଦିତ କରାଯାଇଥିଲା । ଆୟୋଜିତ ଏହି ୧୨ ଦିନିଆ କାର୍ଯ୍ୟକ୍ରମରେ,କନ୍ଧମାଳ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପୋଲିସ ବିଭାଗ,ବିଦ୍ୟୁତ୍ ବିଭାଗ,ପୌରପରିଷଦ,ଅଗ୍ନିଶମ ବିଭାଗ ଏବଂ ଜିଲ୍ଲା କ୍ରୀଡା ସଂସଦ ସମେତ ସମସ୍ତ ବିଭାଗର ସହେଯାଗ ରେ ଏହି ମେଳା ସଫଳ ହୋଇଛି ବୋଲି ଅନୁଷ୍ଠାନର ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ ।
