ଶ୍ରୀକ୍ଷେତ୍ର ପୁସ୍ତକ ମେଳାର ଦ୍ୱିତୀୟା ସନ୍ଧ୍ୟା

ଶ୍ରୀକ୍ଷେତ୍ର ପୁସ୍ତକ ମେଳାର ଦ୍ୱିତୀୟା ସନ୍ଧ୍ୟା। ଅପରାହ୍ଣରେ ଚିତ୍ରାଙ୍କନ ଏବଂ ଭାଷାଜ୍ଞାନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ‌। ଚିତ୍ରାଙ୍କନ ପ୍ରତିଯୋଗିତାରେ ୬୭ଜଣ ଏବଂ ଭାଷାଜ୍ଞାନ ପ୍ରତିଯୋଗିତାରେ ୨୫ଜଣ ଅଂଶଗ୍ରହଣ କରିଥିଲେ। ପ୍ରତିଯୋଗୀତାକୁ ସଭାପତି ଡକ୍ଟର କୈଳାସ ଚନ୍ଦ୍ର ଟିକାୟତରାୟ, ସୁକାନ୍ତ ପଣ୍ଡା, ସ୍ୱାଧୀନତା ପଣ୍ଡା ଏବଂ ବିପିନ ବିହାରୀ ଦଳାଇ ପରିଚାଳନା କରିଥିଲାବେଳେ ବିଚାରକ ଭାବେ ବରିଷ୍ଠ ଚିତ୍ରଶିଳ୍ପୀ ଚନ୍ଦ୍ରଶେଖର ମହାରାଣା, ଦୁର୍ଗାମାଧବ କର ଏବଂ ସତ୍ୟନାରାୟଣ ପାଢୀ ବିଚାରକ ଭାବେ ଯୋଗଦେଇଥିଲେ । ପୁସ୍ତକ ମେଳାର ଉଦଯାପନ ଉତ୍ସବରେ ସମସ୍ତ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ଟିକିତାରା ପଠନ ଟୁଙ୍ଗି ରେ ଆଠଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ। ପରେ ସାଂସ୍କୃତିକ ଅନୁଷ୍ଠାନ ଚାରୁ ନୂତନର କଳାକାରମାନଙ୍କ ଦ୍ୱାରା ଗୁରୁ ବିବେକ ମହାନ୍ତିଙ୍କ ନିର୍ଦେଶନାରେ ନୃତ୍ୟ ପରିବେଷଣ କରିଥିଲେ। ପରେ କ୍ଷେତ୍ରାଧିପତି ଆଧ୍ୟାତ୍ମିକ ଟ୍ରଷ୍ଟ ପକ୍ଷରୁ ‘ ଶ୍ରୀକ୍ଷେତ୍ର ଓ ଜଗନ୍ନାଥ ‘ ଶୀର୍ଷକ ଆୟୋଜିତ ହୋଇଥିଲା। ଅନୁଷ୍ଠାନର ସଭାପତି ଡକ୍ଟର ବଳରାମ ଦାଶଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଶଙ୍କରାନନ୍ଦ , ମୁଖ୍ୟବକ୍ତା ଡକ୍ଟର ସିଦ୍ଧେଶ୍ୱର ମହାପାତ୍ର, ଡାକ୍ତର ଅଭିମନ୍ୟୁ ଭୂୟାଁ , ବିଜୟଲକ୍ଷ୍ମୀ ଦାଶ ମିଶ୍ର, ଅନାମ ଚନ୍ଦ୍ର ସାହୁ, ବିନୋଦ କୁନାର ପଣ୍ଡା, ମନୋଜ କୁମାର ରଥ, ନାରାୟଣ ନନ୍ଦ, ଦଣ୍ଡପାଣି ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ସଂପାଦକ ପଣ୍ଡିତ ଦୟାନିଧି ପଣ୍ଡା ଅତିଥି ପରିଚୟ ପ୍ରଦାନ କରିବା ସହିତ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ।

Leave a Reply

Your email address will not be published. Required fields are marked *