୨୯ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳାର ପଞ୍ଚମ ଦିବସ ସନ୍ଧ୍ୟାରେ “ଦୟାନିଧି ସଙ୍ଗୀତ ସୁଧା”ର ଭକ୍ତିସଙ୍ଗୀତ କାର୍ଯ୍ୟକ୍ରମ
୨୯ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳାର ପଞ୍ଚମ ଦିବସ ସନ୍ଧ୍ୟାରେ “ଦୟାନିଧି ସଙ୍ଗୀତ ସୁଧା”ର ଭକ୍ତିସଙ୍ଗୀତ କାର୍ଯ୍ୟକ୍ରମଶ୍ରୀକ୍ଷେତ୍ରର ଶରଧାବାଲି ଠାରେ ଚଳିତ ୩ ଜାନୁୟାରୀ ୨୦୨୫ ରୁ ଆରମ୍ଭ ହୋଇଥିବା ୨୯ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳାରେ ୭ ଜାନୁୟାରୀ ମଙ୍ଗଳବାର ସନ୍ଧ୍ଯାରେ ଶ୍ରୀକ୍ଷେତ୍ରର ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ “ଦୟାନିଧି ସଙ୍ଗୀତ ସୁଧା” ର କଣ୍ଠଶିଳ୍ପୀମାନେ ଗୁରୁ ପ୍ରକାଶ କୁମାର ରଥଙ୍କ ସଂଯୋଜନା ରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଉଦ୍ଦେଶ୍ଯରେ ଭକ୍ତିସଙ୍ଗୀତ ପରିବେଷଣ କରି ସଙ୍ଗୀତପ୍ରେମୀମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେକାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିବା ଅନୁଷ୍ଠାନ ର କଣ୍ଠଶିଳ୍ପୀ ମାନେ ହେଲେ କଲ୍ୟାଣମୟୀ ନାୟକ, ଶୁଭଶ୍ରୀ ପ୍ରଧାନ, ଶ୍ବେତାସାଗରିକା ପାଇକ,ପ୍ରିତମ ବରାଡ଼, ଶ୍ରୀଜଲ ମହାପାତ୍ର, ତପସ୍ବିନୀ ରଣା , ଅସିତ୍ କୁମାର ସାହୁ ଓ ଆଦ୍ୟାଶା ଗଜେନ୍ଦ୍ରବାଦ୍ୟଯନ୍ତ୍ର ରେ ସହଯୋଗୀତା କରିଥିଲେ ଗୁରୁ ହରିଶ୍ଚନ୍ଦ୍ର ଦାସ,ଗୁରୁ ଶାରଦା ପ୍ରସନ୍ନ ମିଶ୍ର, ଗୁରୁ ଜଗନ୍ନାଥ ମିଶ୍ର,କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିବାପାଇଁ ସୁଯୋଗ ପ୍ରଦାନ କରିଥିବାରୁ ଅନୁଷ୍ଠାନ ତରଫରୁ ଜିଲ୍ଲା ପ୍ରଶାସନ, ପୁସ୍ତକମେଳା କମିଟି ,ସଂସ୍କୃତି ବିଭାଗ ତଥା ଅଧିକାରୀ ହେମନ୍ତ ବେହେରାଙ୍କୁ ଅଶେଷ ଧନ୍ୟବାଦ ପ୍ରଦାନ କରାଯାଇଛି । ପୁସ୍ତକ ମେଳାରେ ସାହିତ୍ୟ ଏବଂ ସଙ୍ଗୀତ ର ଅପୂର୍ବ ସମନ୍ନ୍ବୟ ସମସ୍ତଙ୍କୁ ଆମୋଦିତ କରିଥିଲା ।।
