ବୌଦ୍ଧ ଜିଲ୍ଲା କଂଗ୍ରେସ ତରଫରୁ ସତ୍ୟାଗ୍ରହ ଅନଶନ
ବୌଦ୍ଧ :29/03- ଆଜି ପୂର୍ବାହ୍ନ 10 ଘଣ୍ଟା ସମୟରେବୌଦ୍ଧ ସହରସ୍ଥ କୋର୍ଟ ଛକ ନିକଟରେ ଥିବା ସମ୍ବିଧାନ ପ୍ରଣେତା ଆମ୍ବେଦକର ଙ୍କର ପ୍ରତିମୂର୍ତ୍ତି ନିକଟରେ ଜିଲ୍ଲା କଂଗ୍ରେସ ର ଜିଲ୍ଲା ଏସ ସି ସେଲ , ଏସ ଟି ସେଲ ଏବଂ ଧୀବର ସେଲ ସଭାପତି ମାନେ ଯଥାକ୍ରମେ ବୈଦ୍ୟନାଥ ମହାନନ୍ଦିଆ , ଚିତ୍ରସେନ ମଲ୍ଲିକ ଓ ନାରାୟଣ ବେହେରା ପ୍ରମୁଖ ଉପ ସ୍ଥିତ ହୋଇ ନିକଟରେ ଯେଉଁଭଳି ଭାବେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ପଦବୀ କୁ ନରେନ୍ଦ୍ର ମୋଦୀ ସରକାର ରଦ୍ଦ କରିଛନ୍ତି , ତାହାରି ପ୍ରତିବାଦ ରେ ୧ ଘଣ୍ଟିଆ ସତ୍ୟାଗ୍ରହ ଅନଶନ କରି ଥିଲେ |

କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ନାରାବାଜି କରି ଥିଲେ ଏତଦ ବ୍ୟତୀତ ଜିଲ୍ଲା କଂଗ୍ରେସ ର ଓବିସି ସେଲ ଉପ ସଭାପତି ବୁଦ୍ଧଦେବ ପ୍ରଧାନ,ରାଜ୍ୟ ଏସ ସି ସେଲ କନଭେନର ନେତ୍ରାନନ୍ଦ ଦୀପ , ହରଭଙ୍ଗା ବ୍ଲକ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରଦୀପ ବେହେରା , ପଙ୍କଜ କୁମାର କର୍ଣ୍ଣ, ପୌଲସ୍ତି ପ୍ରଧାନ, ଉଦ୍ଧବ ବେହେରା, ଶିବ ବେହେରା, କିଶୋର ହାତୀ,ଶୂନ୍ୟ ଉର୍ମା, ହାଡ଼ିପା ମହାନନ୍ଦିଆ, ସରଜୁ ବାଘ, ଧନଞ୍ଜୟ ମହାନନ୍ଦିଆ, ବାବୁସାନ ସିଂ,ରସାନନ୍ଦ ବେହେରା, ହର ବେହେରା ଅର୍ଜୁନ ବେହେରା, ଅର୍ଜୁନ ମହାନନ୍ଦିଆ, ଲାଇବାଣୀ ସାହୁ , ପ୍ରତାପ ପଣ୍ଡା,ପି ସି ସି ସଭ୍ୟ ଗଣେଶ ପ୍ରସାଦ ଅଗ୍ରୱାଲ, ଆଇନ ଜୀବି ଜାମିନି ମୁଖୀ ଓ ଦିବ୍ୟରୂପ ପଟ୍ଟନାୟକ, ମୁଖ୍ୟ ମୁଖପାତ୍ର ଶାନ୍ତନୁ କୁମାର ମହାପାତ୍ର,ଉପ ସଭାପତି ସମରେଶ ମିଶ୍ର ଏବଂ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ର ପ୍ରମୁଖ ଏହି ସତ୍ୟାଗ୍ରହ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ |
ରିପୋର୍ଟ : ସଦାନନ୍ଦ ନାୟକ
