ତିନିଜଣ ପୁନରାବୃତ୍ତି ଅପରାଧରେ ଜଡିତ ଅଭିଯୁକ୍ତଙ୍କ ବିରୋଧରେ 129 BNS ଅନୁସାରେ ବାଉଣ୍ଡ ଡାଉନ୍

ତିନିଜଣ ପୁନରାବୃତ୍ତି ଅପରାଧରେ ଜଡିତ ଅଭିଯୁକ୍ତଙ୍କ ବିରୋଧରେ 129 BNS ଅନୁସାରେ ବାଉଣ୍ଡ ଡାଉନ୍ l ରୀ ପୋଲିସ ପକ୍ଷରୁ ଜିଲ୍ଲାରେ ଆଇନ-ଶୃଙ୍ଖଳା ରକ୍ଷା, ପୁନରାବୃତ୍ତି ଅପରାଧୀଙ୍କୁ ନିୟନ୍ତ୍ରଣ ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ସର୍ବୋଚ୍ଚ ଗୁରୁତ୍ୱ ଦେଇ ନିରନ୍ତର କଡା ପଦକ୍ଷେପ ଗ୍ରହଣ କରାଯାଉଛି। ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ପୂର୍ବରୁ ଅନେକ ମାମଲାରେ ଜଡିତ ଥିବା ଓ ଶାନ୍ତି-ଶୃଙ୍ଖଳା ପାଇଁ ସମ୍ଭାବ୍ୟ ସୃଷ୍ଟି କରୁଥିବା ଅଭିଯୁକ୍ତମାନଙ୍କ ବିରୋଧରେ 129 BNS ଅନୁସାରେ ବାଉଣ୍ଡ ଡାଉନ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂ ଙ୍କ ନିର୍ଦ୍ଦେଶରେ ସମସ୍ତ ଥାନା ଅଧିକାରୀଙ୍କୁ ସଚେତନ ରହି ପୁନରାବୃତ୍ତି ଅପରାଧୀ, ଅସାମାଜିକ ବ୍ୟକ୍ତି ଓ ଅଶାନ୍ତି ସୃଷ୍ଟିକାରୀଙ୍କ ବିରୋଧରେ ପ୍ରାକ୍-ସତର୍କତାମୂଳକ ଆଇନଗତ ବ୍ୟବସ୍ଥା ନେବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ସେହି ଅନୁଯାୟୀ, ଆଜି ତିନିଜଣ ପୁନରାବୃତ୍ତି ଅପରାଧରେ ଜଡିତ ଅଭିଯୁକ୍ତଙ୍କ ବିରୋଧରେ 129 BNS ଅନୁସାରେ ବାଉଣ୍ଡ ଡାଉନ୍ ଆଦେଶ ମଞ୍ଜୁର କରାଯାଇଛି।ଗଣେଶ କୁମାର ଦାଶ ସମୁଦ୍ରକୁଳ ଥାନା, କାବୁଲି ମଲ୍ଲିକ, ସଦର ଥାନା, ଅଭିମନ୍ୟୁ ବେହେରା ସଦର ଥାନା ଏହି ତିନିଜଣ ଅଭିଯୁକ୍ତ ବିଭିନ୍ନ ଆଇନ ଭଙ୍ଗ ଓ ଅପରାଧମୂଳକ କାର୍ଯ୍ୟରେ ପୂର୍ବରୁ ଜଡିତ ଥିବା ଆଧାରରେ, ଆଗାମୀଦିନରେ ଶାନ୍ତି-ଶୃଙ୍ଖଳା ଭଙ୍ଗ ହେବାକୁ ବାରଣ କରିବା ନିମନ୍ତେ ଏହି ପ୍ରତିରୋଧକ ଆଇନଗତ ପଦକ୍ଷେପ ଗ୍ରହଣ କରାଯାଇଛି। ମ୍ୟାଜିଷ୍ଟ୍ରେଟଙ୍କ ଆଦେଶ ଅନୁଯାୟୀ ପ୍ରତ୍ୟେକ ଅଭିଯୁକ୍ତଙ୍କୁ ୧ ଲକ୍ଷ ଟଙ୍କାର ସୁରକ୍ଷା ଜମା (Security Deposit) ଦେବାକୁ ନିର୍ଦ୍ଦେଶ ଜାରି ହୋଇଛି। ଗତ ୬ ମାସ ମଧ୍ୟରେ ପୁରୀ ଜିଲ୍ଲାରେ ମୋଟ ୨୭ ଜଣ ଅଭିଯୁକ୍ତଙ୍କ ବିରୋଧରେ 129 BNS ଅନୁସାରେ ବାଉଣ୍ଡ ଡାଉନ୍ ଆଦେଶ ମଞ୍ଜୁର ହୋଇଛି। ଏହା ମାଧ୍ୟମରେ ପୁନରାବୃତ୍ତି ଅପରାଧକୁ ରୋକିବା, ଅସାମାଜିକ କାର୍ଯ୍ୟକଳାପ କମେଇବା ଓ ସାଧାରଣ ଜନଜୀବନକୁ ସୁରକ୍ଷିତ ରଖିବାରେ ପୋଲିସକୁ ସହାୟତା ମିଳୁଛି। ପୁରୀ ପୋଲିସ ପକ୍ଷରୁ ସମସ୍ତ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଯେଉଁମାନେ ପୁନରାବୃତ୍ତି ଭାବେ ଆଇନ ଭଙ୍ଗ କରୁଛନ୍ତି, ସେମାନଙ୍କ ବିରୋଧରେ ତୁରନ୍ତ ପ୍ରାକ୍-ସତର୍କତାମୂଳକ କେସ ରଜିଷ୍ଟ୍ରି କରି ବାଉଣ୍ଡ ଡାଉନ୍ ପ୍ରସ୍ତାବ ପ୍ରେରଣ କରିବେ। ଏହା ସହ ନିୟମିତ ପେଟ୍ରୋଲିଂ, ନାକା ଚେକିଂ, ହଠାତ୍ ଚଢ଼ାଉ ଓ ଗୁପ୍ତ ସୂଚନା ଆଧାରିତ ଚାଳନାକୁ ଆହୁରି ଜୋରଦାର କରାଯାଇଛି।ସାଧାରଣ ଲୋକମାନଙ୍କୁ ମଧ୍ୟ ଅନୁରୋଧ କରାଯାଉଛି ଯେ, ନିଜ ଅଞ୍ଚଳରେ କୌଣସି ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ଅସାମାଜିକ କାର୍ଯ୍ୟକଳାପ ଦେଖିଲେ ତୁରନ୍ତ ନିକଟସ୍ଥ ଥାନା କିମ୍ବା ୧୧୨ କୁ ସୂଚନା ଦିଅନ୍ତୁ। ପୋଲିସ ଓ ଜନସାଧାରଣଙ୍କ ସହଯୋଗରେ ଜିଲ୍ଲାରେ ଶାନ୍ତି, ସୁରକ୍ଷା ଓ ଆଇନ-ଶୃଙ୍ଖଳା ରକ୍ଷା ସୁନିଶ୍ଚିତ କରାଯିବ। ପୁରୀ ପୋଲିସ ଆଗାମୀଦିନରେ ମଧ୍ୟ ଏଭଳି କଡା ଓ ପ୍ରତିରୋଧକ ଆଇନଗତ ପଦକ୍ଷେପ ଜାରି ରଖିବ।

Leave a Reply

Your email address will not be published. Required fields are marked *