ବିପିସିଏଲ ର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ମେଗା ରକ୍ତଦାନ ଶିବିର

ବିପିସିଏଲ ର ୫୦ ବର୍ଷ ପୂର୍ତ୍ତି ତଥା ଗୋଲଡେନ୍ ଜୁବୁଲି ଉପଲକ୍ଷେ ମେଗା ରକ୍ତଦାନ ଶିବିର lଭାରତ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ପକ୍ଷରୁ ପ୍ରତିଷ୍ଠିତ ଓ ନିର୍ଭର ଯୋଗ୍ୟ ଗ୍ୟାସ ତୈଳ କମ୍ପାନୀ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ଼ ର ପଚାଶ ବର୍ଷ ପୂର୍ତ୍ତି ଅବସର ରେ ଆଜି ଯାଜପୁର ଶାଖା ପକ୍ଷରୁ ତାଙ୍କ କାର୍ଯ୍ୟାଳୟ ଠାରେ ରୋଟାରୀ କ୍ଲବ କଳିଙ୍ଗନଗର ର ମିଳିତ ସହଯୋଗ ରେ ଏକ ମେଗା ରକ୍ତଦାନ ଶିବିର ର ଆୟୋଜନ କରାଯାଇଥିଲା l ଏହି ଶିବିରରେ ଅତିଥି ଭାବେ କ୍ଷେତ୍ର ପରିଚାଳକ ରଭନୀତ ସିଂ, ରୋଟାରି କ୍ଲବ ର ସଭାପତି ମନୋଜ କୁମାର ବାରିକ, ବ୍ୟାସନଗର ପବ୍ଲିକ ସ୍କୁଲ ର ଅଧକ୍ଷା ଡ଼ ଦେବସ୍ମିତା ସାହୁ, ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ନୂର୍ସିଙ୍ଗ ଚୌଧୁରୀ ପଣ୍ଡା, ଆଡ଼ଭୋକେଟ ଲୋକନାଥ ରାଉତ, ପ୍ରମୁଖ ଯୋଗ ଦେଇ ଅନୁଷ୍ଠାନିକ ଭାବେ ପିତା କାଟି ଶିବିର କୁ ଉଦଘାଟନ କରିଥିଲେ l ଦୀର୍ଘ ପଚାଶ ବର୍ଷ ଧରି ବିପିସିଏଲ କମ୍ପାନୀ ନିରନ୍ତର ଭାବେ ତାର ଗ୍ରାହକ ମାନଙ୍କୁ ଉତ୍ତମ ସେବା ଯୋଗାଇ ଦେବା ସହିତ ଜନସାଧାରଣ ଙ୍କ ର ବିଶ୍ୱାସ ଓ଼ ଭରସା ର ପ୍ରିୟ ଭାଜନ ହୋଇପାରିଥିବା କ୍ଷେତ୍ର ପରିଚାଳକ ରଭନୀତ ସିଂ ସୂଚନା ଦେଇଥିଲେ l ଏଥି ସହିତ ଯାଜପୁର ଓ କେନ୍ଦୁଝର ଜିଲ୍ଲା ରେ ପ୍ରାକୃତିକ ଗ୍ୟାସ ଯୋଗାଣ ପାଇଁ ଏହି ସଂସ୍ଥା ନେତୃତ୍ୱ ନେଇଥିବା କହିଥିଲେ l ଏଭଳି ଏକ ମହତ କାର୍ଯ୍ୟ ର ଆୟୋଜନ କରିଥିବାରୁ ଅତିଥି ଡ଼ ଦେବସ୍ମିତା ସାହୁ ବିପିସିଏଲ ଗ୍ରୁପ ର ସମସ୍ତ କର୍ମକର୍ତା ଙ୍କୁ ଧନ୍ୟବାଦ ଦେବା ସହ ରକ୍ତ ଦାତା ମାନଙ୍କୁ ଏ ସମାଜ ପାଇଁ ସମସ୍ତେ ପ୍ରେରଣା ର ଉତ୍ସ ବୋଲି କହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ l ଏହି ଶିବିର ରେ ୫୨ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ସୂଚନା ମିଳିଥିବା ବେଳେ ବିପିସିଏଲ ଯାଜପୁର ଶାଖା ର ଶୁଭମ ସୂର୍ଯ୍ୟବଂଶୀ, ରାଜେଶ ନାୟକ, ଦିନେଶ ସ୍ୱାମୀ, ଆଦିତ୍ୟ, ଅସମାନ, ଅସିତ ଏବଂ ପ୍ରଭାସ ଙ୍କ ସମେତ ସମସ୍ତ କର୍ମକର୍ତା ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *