ଶାନ୍ତି ଶକ୍ତି ଭଵନରେ ବ୍ରହ୍ମା ବାବାଙ୍କ ଅବ୍ୟକ୍ତ ସ୍ମୃତି ଦିବସ
୧୮/୧୦/୨୪ ଆସିକା ଆଜି ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ସ୍ଥାନୀୟ ସେବା କେନ୍ଦ୍ର ଶାନ୍ତି ଶକ୍ତି ଭଵନରେ ଇଶ୍ବରୀୟ ବିଶ୍ବବିଦ୍ୟାଳୟର ସଂସ୍ଥାପକ ପ୍ରଜାପିତା ବ୍ରହ୍ମା ବାବାଙ୍କ 55 ତମ ଅବ୍ୟକ୍ତ ସ୍ମୃତି ଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ଆୟୋଜିତ ସ୍ନେହ ମିଳନ କାର୍ଯ୍ୟକ୍ରମରେ ଶାନ୍ତି ଶକ୍ତି ଭଵନ ସଂଚାଳିକା ରାଜ ଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ବ୍ରହ୍ମା ବାବାଙ୍କ ଜୀବନ କାହାଣୀ ଉପସ୍ଥାପନ କରିବା ବେଳେ ପ୍ରକାଶ କରିଥିଲେ ଯେ ବ୍ରହ୍ମାବାବା ଭାରତରେ ଆଧ୍ଯାତ୍ମିକ କ୍ରାନ୍ତିର ବିଗୁଲ ବଜାଇଥିଲେ ଏବଂ ଆଧ୍ଯାତ୍ମିକ ସଶକ୍ତିକରଣ ଦ୍ଵାରା ହିଁ ଉତଥାନ ସମ୍ଭବପର ଏହି ସନ୍ଦେଶ ପ୍ରଦାନ କରିଥିଲେ l ଆଧ୍ୟାତ୍ମିକ କ୍ରାନ୍ତି ଆଣିବାରେ ବିଶ୍ଵ ବିଦ୍ୟାଳୟର ରାଜଯୋଗ ଶିକ୍ଷା ବିଶ୍ଵ ଆଦୃତ ହୋଇପାରିଥିବା ତଥା ବିଶ୍ଵର କୋଟି କୋଟି ଜନତାଙ୍କୁ ସକାରାତ୍ମକ ଜୀବନଶୈଳୀ ର ଶିକ୍ଷା ଦେଉଛି ବୋଲି ବର୍ଣନା କରିଥିଲେ l

କାର୍ଯ୍ୟକ୍ରମରେ ଆସିକାର ପ୍ରାକ୍ତନ ବିଧାୟକ ଦେବରାଜ ମହାନ୍ତି , ବରିଷ୍ଠ ଆଇନଜୀବୀ ନାରାୟଣ ବେହେରା, ପୂର୍ବତନ କାଉନସିଲର ରବି ପୋଲାଇ ଓ ସାମ୍ବାଦିକ ଗିରୀଶ ତ୍ରିପାଠୀ ଅତିଥି ଭାବେ ଯୋଗଦେଇ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟର ବିବିଧ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ l କାର୍ଯ୍ୟକ୍ରମ ଶେଷରେ ସମସ୍ତ ଆମନ୍ତ୍ରିତ ଅତିଥି ବ୍ରହ୍ମାବାବାଙ୍କ ସ୍ମୃତି ସ୍ତମ୍ଭରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ବ୍ରହ୍ମାକୁମାର ସତ୍ୟପ୍ରିୟ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବ୍ରହ୍ମାକୁମାରୀ ସୁଜ୍ଞାନୀ ସହଜ ରାଜଯୋଗ ଅଭ୍ୟାସ କରାଇଥିଲେ l କାର୍ଯ୍ୟକ୍ରମ ଶେଷରେ ବ୍ରହ୍ମା କୁମାର ବୁଲୁ, ନିରଞ୍ଜନ, ଶାନ୍ତନୁ ଓ ଲୋଚନ ଓ ଭିକି ଏକ ଆକର୍ଷଣୀୟ ଲଘୁ ନାଟକ ପରିବେଷଣ କରିଥିଲେ l କାର୍ଯ୍ୟକ୍ରମରେ ଆସ୍କା, କବିସୂର୍ଯ୍ୟନଗର, ଧରାକୋଟ,ପାଟପୁର, ଗହଙ୍ଗୁ, ପିତ୍ତଳ, ହାତୀଓଟ, ବlଲି ସିରା, କେନ୍ଦୁପଦର, ନୁଆଗାଁ, ଭେଟ ନୋଇ, ଭେଜପୁଟ, ଆମ୍ବପୁଅl ଆଦି ଇଶ୍ବରୀୟ ବିଶ୍ବବିଦ୍ୟାଳୟର ଶତାଧିକ ଭଉଣୀ ଭାଇ ଯୋଗ ଦେଇଥିଲେ l
