ଜଗତସିଂହପୁର ଜିଲ୍ଲା ଜଗତସିଂହପୁର ବ୍ଲକ ଅନ୍ତର୍ଗତ ସମଙ୍ଗ ବନ୍ଧ ସାହି ସ୍ଥିତ ମହିମା ଆଶ୍ରମ ର ପ୍ରଥମ ବାର୍ଷିକ ଉତ୍ସବରେ ବ୍ରାହ୍ମ ଯଜ୍ଞ ବ୍ରହ୍ମ ଧୂନି ସ୍ଥାପନ
ଜଗତସିଂହପୁର ଜିଲ୍ଲା ଜଗତସିଂହପୁର ବ୍ଲକ ଅନ୍ତର୍ଗତ ସମଙ୍ଗ ବନ୍ଧ ସାହି ସ୍ଥିତ ମହିମା ଆଶ୍ରମ ର ପ୍ରଥମ ବାର୍ଷିକ ଉତ୍ସବରେ ବ୍ରାହ୍ମ ଯଜ୍ଞ ବ୍ରହ୍ମ ଧୂନି ସ୍ଥାପନ ହୋଇଛି। ବନ୍ଧ ସାହିର ଗ୍ରାମ ବାସୀ ବୁନ୍ଦଙ୍କ ପ୍ରତ୍ୟେକ୍ଷ ସହଯୋଗ ରେ ଆୟୋଜିତ ଏହି ଧାର୍ମିକ ଉତ୍ସବ ର ମହିମା ଧର୍ମର ବ୍ରହ୍ମ ଅବଧୂତ ବକୁଳ ଧାରି ବାବା ଲମ୍ବୋଦର ବାବା , ଛାୟା ବାବା , ବେଣୁ ବାବା , ଉଦ୍ଧବ ବାବା , ଆହୁତି ପ୍ରଦାନ କରିଥିବା ବେଳେ ସାଧୁ ହୃଷୀକେଶ ଦାସ ସୁନାକର ଦାସ, ତପନ ଦାସ, କିଶୋର ଦାସ, ବହୁ ମହିମା ଧର୍ମୀୟ ସାଧୁ ଯୋଗଦେଇ ସାରା ରାତ୍ର ଭଜନ କୀର୍ତ୍ତନ କରିଥିଲେ।

ସନ୍ଧ୍ୟା ୬ ଟା ବ୍ରହ୍ମ ଧୂନି ସ୍ଥାପନ ପରେ ହଜାର ହଜାର ଶ୍ରଦ୍ଧାଳୁମାନେ ଯୋଗଦେଇ ପ୍ରଭୁ କ୍ରୃପା ଲାଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ଜିଲ୍ଲା ବିଜେଡ଼ି ନେତା ସୂରୁପ ରଂଜନ ସ୍ବାଇଁ,ପ୍ରମୁଖ ସମଙ୍ଗ ସରପଞ୍ଚ ମୀନତି ଜେନା, ସମିତି ସଭ୍ୟ ଦୀପକ ସ୍ବାଇଁ, ବିଜେଡି ନେତା ରଶ୍ମି ରଂଜନ ସ୍ବାଇଁ , ବୀରବର ନାୟକ, ସୁଧୀର ସ୍ବାଇଁ , ରୁଦ୍ର ସିଂ , କୈଳାସ ଲେଙ୍କା, ମାନସ ବିଶ୍ଵାଳ, ପ୍ରମୁଖ ଯୋଗଦେଇ ଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁମାନେ ଉକ୍ତ ମହିମା ପ୍ରସାଦ ସେବନ କରିଥିଲେ।
