ବ୍ରାହ୍ମଣୀଦେଵୀ ସମ୍ବାଦ ସାହିତ୍ୟ ଘର ର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ସାମାଜ ଶୃଙ୍ଖଳିତ ଓ ସଂସ୍କାରିତ ହେବାରେ ସାହିତ୍ୟ ର ଭୂମିକା ଅନନ୍ୟ l ଭାଷା ହେଉଛି ଭାବ ଓ ସାହିତ୍ୟ ହେଉଛି ବିଭବ l ଯାଜପୁର ରୋଡ଼ ସ୍ଥିତ ଦମକଳ କେନ୍ଦ୍ର ନିକଟସ୍ଥ ହୀରା Restaurant ପରିସରରେ ରବିବାର ଆୟୋଜିତ ବ୍ରାହ୍ମଣୀ ଦେବୀ ସମ୍ବାଦ ସାହିତ୍ୟ ଘର ର ପଞ୍ଚମ ବାର୍ଷିକ ସ୍ବନକ୍ଷତ୍ର ଦିବସ ପାଳନ ଅବସରରେ ଅତିଥିମାନେ ମତବ୍ଯକ୍ତ କରିଥିଲେ l ସାହିତ୍ୟ ଘର ସଭାପତି ଆର୍ତ୍ତତ୍ରାଣ ମଲ୍ଲିକ ଙ୍କ ସଭାପତିତ୍ବରେ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଏଥିରେ ଉଦ୍ଘାଟକ ଭାବେ ପୂର୍ବତନ ମନ୍ତ୍ରୀ ଡ. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଯୋଗ ଦେଇ ଆଜିର ସମାଜରେ ସାହିତ୍ୟର ଆବଶ୍ୟକ ଉପରେ ଆଲୋଚନା କରିଥିଲେ l

ମୁଖ୍ୟ ଅତିଥି ଭାବେ ଡ. ରାମ ଚନ୍ଦ୍ର ନାୟକ ଓ ଅନ୍ୟତମ ଅତିଥି ଭାବେ ସମ୍ବାଦ ସାହିତ୍ୟ ଘର ର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ଯୋଗ ଦେଇଥିଲେ l ପରିଶେଷରେ ବିଭିନ୍ନ କ୍ଷେତ୍ରରେ ପରିଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଉପସ୍ଥିତ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ l ଶେଷରେ ସାହିତ୍ୟ ଘର ସଂଯୋଜକ ପୀତବାସ ଭୂୟାଁ ଧନ୍ଯବାଦ ଅର୍ପଣ କରିଥିଲେ

Leave a Reply

Your email address will not be published. Required fields are marked *