ଘରେ ପଶି ମା ଓ ପୁଅକୁ ଛୁରା ମାଡ଼
କୋଣାର୍କ:-16/03/2024Big BreakingSlug:- ଘରେ ପଶି ମା ଓ ପୁଅକୁ ଛୁରା ମାଡ଼। ଛୁରା ମାଡକଲେ ନିଜ ଜ୍ୱାଇଁ ସୁଶୀଲ।Anchor:-ପୁରୀ ଜିଲ୍ଲା କାକଟପୁର ଥାନା କାକଟପୁର ମେଡିକାଲ ଛକରେ ଘରେ ପଶି ଶାଶୁ ଓ ଶଳାକୁ ଛୁରା ମାଡ଼। ଛୁରା ମାଡକଲେ ନିଜ ଜ୍ୱାଇଁ ସୁଶୀଲ। ଅଭିଯୋଗ ପାଇଁ କାକଟପୁର ପୋଲିସ ର ତଦନ୍ତ ଯାରି ସେପଟେ ଜ୍ବାଇଁ ଫେରାର ଥିବା ବେଳେ କାକଟପୁର ପୋଲିସ ଖୋଜାଖଜି କରୁଥିବାଜଣାପଡିଛି।ସୂଚନା ଥାଉକିକାକଟପୁର ଥାନା ମେଡିକାଲ ଛକର ମନ୍ଦାକିନି ବେହେରା ଙ୍କ ଘରର ଲାଇନି କାଟି ମନ୍ଦାକିନି ବେହେରା ଓ ପୁଅ ସନ୍ତୋଷ ବେହେରା ଘରେ ସୋଇଥିବା ବେଳେ ରାତିରେ ଜ୍ୱାଇଁ ପହଂଚି ଘରର ଲାଇନି କାଟିବା ସହ ବାହାରେ ଥିବା ଆସବାବ ପତ୍ର ଭାଙ୍ଗିବା ବେଳେ ଶବ୍ଦ ଶୁଣି ରାତିରେ ଘରର କବାଟ ଫିଟାଇ ବାହାରକୁ ଶାଶୁ ମନ୍ଦାକିନୀ ବେହେରା ଆସୁଥିବା ବେଳେ ହଠାତ କବାଟ ନିକଟରେ ଲୁଚି ରହିଥିବା ଜ୍ୱାଇଁ ସୁଶୀଲ ଏକ ଧାରୁଆ ଛୁରୀ ସାହାର୍ଯ୍ୟ ରେ ଶାଶୁ ଙ୍କୁ ଛୁରୀ ରେ ଆକ୍ରମଣ କରିଥିଲେ।ଶାଶୁ ମନ୍ଦାକିନି ଙ୍କ ଦୁଇ ଗାଲ ରେ ଧାରୁଆ ଅସ୍ତ୍ରରେ ବାରମ୍ବାର ଆଘାତ ସହ ବାମ ହାତ ଆଙ୍ଗୁଳି ରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଶାଶୁ ବଡପାଟି କରିବା ପରେ ,ଶବ୍ଦ ଶୁଣିପୁଅ ସନ୍ତୋଷ ବାହାରକୁ ଆସିଥିବା ବେଳେ ସନ୍ତୋଷଙ୍କ ଗଳା କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଘଟଣା ସ୍ଥଳରୁ ଜ୍ୱାଇଁ ସୁଶୀଲ ଫେରାର ହୋଇଯାଇଥିଲା। ଏ ନେଇ କାକଟପୁର ଥାନାରେ ଜ୍ୱାଇଁ ନାମରେ ଲିଖିତ ଅଭିଯୋଗ କରିବା ସହ ଶାଶୁ ମନ୍ଦାକିନୀ ପୁଅ କାକଟପୁର ମେଡିକାଲରେ ଚିକିତ୍ସା ହେବା ଦେଖିବାକୁ ମିଳିଥିଲା।ସେପଟେ କାକଟପୁର ପୋଲିସ ପ୍ରାଥମିକ ତଦନ୍ତ କରି ଛୁରୀ ଜବତ କରିବା ସହ ଘର ଭିତରେ ରକ୍ତଛିଟା ପଡିଥିବାର ଦେଖିବା ପରେ ଜ୍ବାଇଁ କୁ ଖୋଜୁଛି କାକଟପୁର ପୋଲିସ।କେଉଁ କାରଣରୁ ଜ୍ବାଇଁ ଛୁରାମାଡ କରିଛନ୍ତି। ଏବେ କଣ ରହିଛି ଛୁରାମାଡ ର କାରଣ ତଦନ୍ତ ପରେ ଜଣା ପଡିବ ବୋଲି ସୂଚନା ଦେଇଛି।
