Breaking news
ଝିଅ ନିର୍ବନ୍ଧ କରିବାକୁ ଯାଇଥିବା ଗାଡି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଲୋକେ, ଚାଳକ ଫେରାର,ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି!ସୂଚନା ଅନୁଯାଇ :ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଅଧୀନରେ ଥିବା ଏକମ୍ବା ଗ୍ରାମରୁ ପ୍ରାୟ 25ରୁ 30ଜଣ ଏକ ମହିନ୍ଦ୍ରା ମିନି ପିକ ଅପ ଗାଡି ନଂ OD24H8840ରେ ନିକଟସ୍ଥ ମହଣ୍ଡ ଗ୍ରାମକୁ ଗୋଟିଏ ନିର୍ବନ୍ଧ କାର୍ଯ୍ୟ ରେ ଯୋଗ ଦେବାକୁ ଯାଉଥିବା ବେଳେ ପ୍ରାୟ 2 ଘଂଟିକା ସମୟରେ ମହଣ୍ଡ ନିକଟରେ ଉକ୍ତ ମହିନ୍ଦ୍ରା ମିନି ପିକ ଅପ ଗାଡିଟି ଭାରସାମ୍ୟ ହରାଇ ବସିବାରୁ ରାସ୍ତା କଡ଼ରେ ଓଲଟି ପଡିଥିଲା!ଏହା ଦେଖି ସ୍ଥାନୀୟ ଲୋକେ ଏମ୍ବୁଲାନ୍ସ କୁ ଫୋନ କରି ସମସ୍ତ ଆହତ ଙ୍କୁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠେଇଥିଲେ !ଆହତ ହୋଇଥିବା ଲୋକଙ୍କ ପ୍ରାଥମିକ ଚିକିତ୍ସା ଜାରି ରହିଛି!ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି!
