ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଗୃହ ବିଜ୍ଞାନ ବିଭାଗରେ ପାଞ୍ଚ ଦିନ ବ୍ୟାପୀ କର୍ମଶାଳା

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଗୃହ ବିଜ୍ଞାନ ବିଭାଗରେ ପାଞ୍ଚ ଦିନ ବ୍ୟାପୀ କର୍ମଶାଳା ର ଆଜି ଥିଲା ଉଦଯାପିତ ଦିବସ। ଏହି ଉପଲକ୍ଷେ ଏକ ପ୍ରଦର୍ଶନୀ ଆୟୋଜିତ କରା ଯାଇଥିଲା। ଏଥିରେ ସ୍ନାତକୋତ୍ତର ବିଭାଗର ସମସ୍ତ ଛାତ୍ରୀ ଅଂଶଗ୍ରହଣ କରି ପଟ୍ଟଚିତ୍ର ମାଧ୍ୟମରେ ନିଜର କଳା ପ୍ରଦର୍ଶନ କରିଥିଲେ। ଏହି ପ୍ରଦର୍ଶନୀ ରେ ମୁଖ୍ୟ ଅତିଥି ଭାବେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଯୋଗ ଦେଇ ପ୍ରଦର୍ଶନୀ କୁ ଉଦଘାଟନ କରିଥିଲେ। ଏହି କର୍ମଶାଳାରେ ବିଭାଗୀୟ ମୁଖ୍ୟା ଡ. ସସ୍ମିତା ବେହେରା ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଆୟାଜିକା ଭାବେ ଶ୍ରୀମତୀ ଅଲିତା ମିଞ୍ଜ୍ ଏବଂ ବିଭାଗର ଅନ୍ୟ ଅଧ୍ୟାପିକା କୁମାରୀ ଅସ୍ମିତା ବେଉରା, ଶ୍ରୀମତୀ ମାନସୀ ମେହେର ନିଜର ବକ୍ତବ୍ୟ ରଖିଥିଲେ। ଏହି କର୍ମଶାଳାର ମୁଖ୍ୟ ପରିଚାଳକ ଭାବେ ଶ୍ରୀଯୁକ୍ତ ଶଙ୍କର ସାହୁ, ମାଷ୍ଟର ଟ୍ରେନର ପଟ୍ଟଚିତ୍ର ଏଵଂ ତାଙ୍କ ଟିମ୍ ସୃଜନିକା, ଟାଟା ଷ୍ଟିଲ ଫାଉଣ୍ଡେସନ ମଧ୍ୟ ଯୋଗ ଦେଇଥିଲେ। ଏହି କର୍ମଶାଳା ନୂତନ ପୀଢ଼ିଙ୍କୁ ସାଂସ୍କୃତିକ ଓ ସୃଜନଶୀଳତାର ପ୍ରେରଣା ପ୍ରଦାନ କରିଥିଲା। ସର୍ବଶେଷରେ ସମସ୍ତ ଅତିଥି ଏବଂ ଅଂଶ ଗ୍ରହଣକାରୀ ମାନଙ୍କୁ ବିଭାଗ ପକ୍ଷରୁ ପ୍ରମାଣ ପତ୍ର ପ୍ରଦାନ କରା ଯାଇଥିଲା।

Leave a Reply

Your email address will not be published. Required fields are marked *