ଇଟାଭାଟି ମାଲିକଙ୍କ ଠାରୁ ୭ ହଜାର ଟଙ୍କା ଲାଞ୍ଚ
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ତହସିଲ ଅଧୀନରେ ଥିବା କ୍ରାଣ୍ଡିବାଲି ରାଜସ୍ୱ ନିରୀକ୍ଷକ ଦେବାଶିଷ ନାୟକ ସେହି ଅଞ୍ଚଳର ଜଣେ ଜମି ମାଲିକ ନିଜ ଜମିରେ ଇଟାଭାଟି ପକାଇଥିବା ବେଳେ ଏହାକୁ ବେଆଇନ୍ ବୋଲି କହି ରାଜସ୍ଵ ନିରୀକ୍ଷକ ଶ୍ରୀ ନାୟକ ୭ ହଜାର ଟଙ୍କା ଲାଞ୍ଚ ଦେବାକୁ ଚାପ ପକାଇଥିଲେ। ହେଲେ ଇଟାଭାଟି ମଲିକ ଜଣକ ଏନେଇ ଫୁଲବାଣୀ ବ୍ରହ୍ମପୁର ଭିଜିଲାନ୍ସ ବିଭାଗକୁ ଜଣାଇଲା ପରେ ଏହି ସୁଯୋଗକୁ ଭିଜିଲାନ୍ସ ଟିମ୍ ଛକି ବସିଥିଲା। ରାଜସ୍ଵ ନିରୀକ୍ଷକ ଙ୍କୁ ଟଙ୍କା ନେଇ ଦେଲା ବେଳକୁ ମାଡ଼ିବସିଲା। ଏହି ବେଆଇନ ଲାଞ୍ଚ ଦାବି ଘଟଣାରେ ବ୍ରହ୍ମପୁର ଭିଜିଲାନ୍ସ ୪/୨୦୨୫,U/s 7 PC Act,୨୦୧୮ ରେଜେଷ୍ଟି ରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।
