ବ୍ରହ୍ମଗିରି ରେ ଚୈତନ୍ୟ ମୂର୍ତ୍ତି ଭଙ୍ଗା ନେଇ ନିଜର ପ୍ରତିକ୍ରିୟା ରଖିଲେ ଶ୍ରୀଅଲାରନାଥଙ୍କ ଶ୍ରୀଅଙ୍ଗ ଲାଗି ସେବକ ନାରାୟଣ ପଣ୍ଡା

ଦୀର୍ଘ ଏକମାସରୁ ଉର୍ଦ୍ଧହେବ ବ୍ରହ୍ମଗିରି ର ବିଶ୍ୱ ପ୍ରସିଦ୍ଧ ଶ୍ରୀଅଲାରନାଥ ମନ୍ଦିରର ଚୈତନ୍ୟ ମୂର୍ତ୍ତି ଭାଙ୍ଗି ନୂତନ ମୂର୍ତ୍ତି ପ୍ରତିଷ୍ଠା କରାଯାଇଥିଲା l କିନ୍ତୁ କୌଣସି ପୂଜାର୍ଚନା କରାନଯାଇ ସେହି ପୁରୁଣା ଚୈତନ୍ୟ ମୂର୍ତ୍ତିକୁ ମାଟିରେ ପୋତି ଦିଆଯାଇଥିଲା l ସେହି ରାତିରେ ପୁରୀ ଝାଞ୍ଜପିଟା ମଠର ମହନ୍ତଙ୍କୁ ସ୍ୱପ୍ନା୍ଦେଶ ହେବାରୁ ସେମାନେ ବ୍ରହ୍ମଗିରି ଶ୍ରୀଅଲାରନାଥ ମନ୍ଦିର ବେଢାଖୋଳି ପାଇଥିଲେ l ସେଠାରେ ମୁଷ୍ଟିମେୟ ସେବକ ସେମାନଙ୍କୁ ମାରଧର କରି ଘଉଡ଼ାଇବା ବେଳେ ସେହି ମନ୍ଦିରର ସେବକ ନାରାୟଣ ପଣ୍ଡା ସେମାନଙ୍କୁ ମୁଷ୍ଟିମେୟ ସେବକଙ୍କ ଠାରୁ ସେମାନଙ୍କୁ ରକ୍ଷାକରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ l ତାପରଠାରୁ ଏହି ଦାୟିତ୍ୱ ପ୍ରଶାସନ ହାତକୁ ଯିବା ପରଠାରୁ ପୂର୍ବତନ ଚୈତନ୍ୟ ମୂର୍ତ୍ତି ଅଖା ଘୋଡ଼ାଯାଇ ତହସିଲଦାରଙ୍କ ପୁରୁଣା ଅଫିସ ରେ ପଡ଼ି ରହିଛି l ଭଂଗାଯାଇଥିବା ଚୈତନ୍ୟ ମୂର୍ତ୍ତି ବୈଦିକ ରୀତିରେ ପୂଜା କରାନଯିବା ସହିତ ବିସର୍ଜନ ଠିକରେ ପୂଜା ଵିଧି କରାନଯାଇ ଦୀର୍ଘଦିନ ହେବ ଅଖାପାଲ ତଳେ ରହି ଥିବାରୁ ସାଧାରଣରେ ପୁଣି କଳାପାହାଡ଼ ଲେଉଟିଲାଣି ବୋଲି ସାଧାରଣ ରେ ବେଶ ଚର୍ଚ୍ଚା ଧରୁଛି l

Leave a Reply

Your email address will not be published. Required fields are marked *