ଭାଇ ହେଲା ଭଗାରି
ଟିଟିଲାଗଡ଼: ଭାଇ ହେଲା ଭଗାରି.. ୧୨ ବର୍ଷ ର ନାବାଳକ ସାନ ଭାଇ କୁ . ୧୭ ବର୍ଷ ବୟସର ନାବାଳକ ନିଜ ବଡ଼ଭାଇ ହତ୍ୟା କରି ମାଟି ତଳେ ପୋତି ଦେଇଥିବା ଘଟଣା।
ଏଭଳି ଏକ ହୃଦୟ ବିଦାରକ ଘଟଣା ଟିଟିଲାଗଡ଼ ସହରରେ ଘଟିଛି।
ଟିଟିଲାଗଡ଼ ସହରରେ ଜଣେ ନାବାଳକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।
ଏନେଇ ଭାରପ୍ରାପ୍ତ ମାଜିଷ୍ଟ୍ରେଟ ମଙ୍ଗଲ ସିଂଭୋଇ, ବଲାଙ୍ଗୀର ଏସପି ଅଭିଳାଷଜୀ, ଟିଟିଲାଗଡ଼ ଏସଡିପିଓ ଯଶୋବନ୍ତ ପ୍ରଧାନୀ, ଆଇଆଇସି କଲ୍ୟାଣୀ ବେହେରା, ସ୍ୱାସ୍ଥ୍ୟ ଅଧିକାରୀ ଡା. ବିଜୁ ଅଗ୍ରୱାଲ, ଡା. ଅସିତ ମହାନ୍ତି, ବଲାଙ୍ଗୀର ସାଇଣ୍ଟିଫିକ ଦଳ, ସନ୍ଧାନୀ କୁକୁର ସାହାଯ୍ୟରେ ଆଜି ସକାଳୁ ତଦନ୍ତ ଜୋରଦାର କରିଛନ୍ତି l
ମୃତ ନାବାଳକକୁ ତାହାର ନାବାଳକ ବଡ଼ ଭାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି l ନାବାଳକ ଟିଟିଲାଗଡ଼ ସହରର ହାଟପଦା ପଡ଼ା ନିକଟସ୍ଥ ଗୋରୁ ବଜାର ପଡ଼ା ୱାର୍ଡ଼ ନମ୍ବର ୧୪ ର ଚେରୁ ପୋଡଙ୍କ ସାନ ପୁଅ ଏବଂ ସେ ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଜଣାଯାଇଛି l ପ୍ରାୟ ଦେଢ଼ ମାସ ପୁର୍ବରୁ ନାବାଳକ ନିଖୋଜ ଥିବା ପରିବାର ଲୋକେ ଟିଟିଲାଗଡ଼ ଥାନା ରେ ଜଣାଇଥିଲେ।
ଉକ୍ତ ଘଟଣା କୁ ନେଇ ଟିଟିଲାଗଡ଼ ସହରରେ ଚାଞ୍ଚଲ୍ୟ ଖେଳିଯାଇଥିଛି । ଟିଟିଲାଗଡ଼ ରୁ ଭବାନୀ ପ୍ରସାଦ ଷଡ଼ଙ୍ଗୀ ଙ୍କ ରିପୋର୍ଟ
