୧୦୯ ଗ୍ରାମ ବ୍ରାଉନ ସୁଗାର (ହେରୋଇନ )ଜବତ
ପୁରୀ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ନିମାପଡ଼ା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ, ଏକ ଟିମ ନିମାପଡ଼ା ଥାନା ଅଧୀନ omfed chhak sub-registrar office ନିକଟରେ ଚଢ଼ାଉ କରି ରମେଶ ଚନ୍ଦ୍ର ରାଉତ, ବୟସ -୬୦ ବର୍ଷ ,ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ତାଙ୍କ ନିକଟରୁ ୧୦୯ ଗ୍ରାମ ବ୍ରାଉନ ସୁଗାର (ହେରୋଇନ )ଜବତ କରି ନିମାପଡା ଅବକାରୀ ଥାନା କେସ ନଂ :- ୧୨/୨୪-୨୫ ରେ କୋର୍ଟ ଚାଲାଣ କରିଛି | ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ-କlରାଗIରକୁ ପଠାଯାଇଛି | ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୧୦,୯୦,୦୦୦ ଟଙ୍କାରୁ ଉର୍ଦ୍ଧ ହେବ | ଏହି ଚଢ଼ାଉରେ ଅବକାରୀ ASI-ଶ୍ରୀ ଜିତେନ୍ଦ୍ର କୁମାର ବେହେରା, Staff- ତପନ କୁମାର ପ୍ରଧାନ, ଶେଖ୍ ୱାରିସ୍,ସ୍ୱାଗତିକା ଘଡେଇ, ଶରତ ଚନ୍ଦ୍ର ସାହୁ ପ୍ରମୁଖସାମିଲ ଥିଲେ.
