ବ୍ରାଉନ ସୁଗାର ବିକ୍ରି- ୩ ଗିରଫ

ବ୍ରାଉନ ସୁଗାର ବିକ୍ରି ଓ ସପ୍ଲାଇ ଅଭିଯୋଗରେ ୩ଜଣଙ୍କୁ ଗିରଫ କଲା ଟାଉନ ଥାନା ପୋଲିସ ।ଗିରଫ ତିନି ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୨ଜଣ ଭୁବନେଶ୍ୱର ଅଞ୍ଚଳର ବୋଲି ଜଣାପଡିଥିବା ବେଳେ ଜଣେ ସତ୍ୟବାଦୀ ଅଂଚଳରେ ବୋଲି ଜଣା ପଡିଛି।ଭୁବନେଶ୍ୱରରୁ ପୁରୀକୁ ଏମାନେ ବ୍ରାଉନସୁଗାର ସପ୍ଲାଇ କରୁଥିଲେ ଏମାନଂକ ନିକଟରୁ ୪୦ ଗ୍ରାମ ଓଜନର ବ୍ରାଉନ ସୁଗାର ଯାହାର ଆନୁମାନିକ ମୁଲ୍ଯ ୪ଲକ୍ଷ ଟଙ୍କା ହେବ ଜବତ କରାଯାଇଛି। ସେମାନଙ୍କ ଠାରୁ ଗୋଟିଏ କାର୍ , ଗୋଟିଏ ବାଇକ ଏବଂ ୫ଟି ମୋବାଇଲ ସହ ଗୋଟିଏ ଛୋଟ ଓଜନ ମେସିନ ଜବତ ହୋଇଛି ।ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଅତିରିକ୍ତ ଏସପି ମିହିର ପଣ୍ଡା।

Leave a Reply

Your email address will not be published. Required fields are marked *