ବ୍ରାଉନ ସୁଗାର ଜବତ; ଅଭିଯୁକ୍ତ ବେପାରୀ ବାପୁନି ମହାନ୍ତି ଗିରଫ

କୋଣାର୍କ,୧୬.୦୭()- ପୁରୀ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ନିମାପଡା ଅବକାରୀ ରେଞ୍ଜ ନିରୀକ୍ଷକ ଶ୍ରୀ ପ୍ରଭାକର ସେଠିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ମନୋଜ କୁମାର ପୃସେଟଙ୍କ ନେତୃତ୍ୱରେ ଏକ ଟିମ ବ୍ରାଉନ ସୁଗାର କାରବାର ଖବର ପାଇ ଗୁରୁବାର ଗୋପ ଥାନା ଅନ୍ତର୍ଗତ ନୟାହାଟ ଵଜାରରେ ଚଢାଉ କରିଥିଲେ।ଜଣେ ଯୁବକ ଯାହାଙ୍କ ନାମ ବାପୁନି ମହାନ୍ତି (୨୩) ଗୋପ ଥାନା ଅଧୀନ ନୟାହାଟ କଲେଜ ଛକରୁ 85 ଗ୍ରାମ ବ୍ରାଉନ ସୁଗାର (ହେରୋଇନ) ସହ ଗିରଫ କରିଥିଲେ। କୋଣାର୍କ ଅବକାରୀ ଥାନା କେସ ନଂ -96/25-26 ରେ ଏକ ମାମଲା ରୁଜୁକରି ଆସାମୀଙ୍କୁ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ-କlରାଗIରକୁ ପଠାଯାଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ₹ 8,50,000/-ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି। ଏହି ଚଢ଼ାଉରେ ଅବକାରୀ କର୍ମଚାରୀ ଶେଖ ୱାରିସ, ସବିତା ସାହୁ, ଫିରୋଜ ମହାନନ୍ଦିଆ ପ୍ରମୁଖ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *