ପୁରୀରୁ ଜବତ ହେଲା ବ୍ରାଉନ ସୁଗାର।

ପୁରୀରୁ ଜବତ ହେଲା ବ୍ରାଉନ ସୁଗାର। ପୁରୀ ଅବକାରୀ ବିଭାଗ ୧୭ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ବ୍ରାଉନ ସୁଗାର ବେପାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ବ୍ରହ୍ମଗିରି ଅଞ୍ଚଳର ଅଭିମନ୍ୟୁ ଭୂୟାଁ। ଅଭିଯୁକ୍ତ ଠାରୁ ଅବକାରୀ ବିଭାଗ ୧୭୪ ଗ୍ରାମର ବ୍ରାଉନ ସୁଗାର, ଦୁଇ ହଜାର ଟଙ୍କା, ଗୋଟିଏ ସ୍କୁଟି ଜବତ କରିଛି। ବ୍ରହ୍ମଗିରି ରେବଣା ନୂଆଗାଁ ମେଡିକାଲ ନିକଟରେ ଅଭିଯୁକ୍ତ ଅଭିମନ୍ୟୁ ବ୍ରାଉନ ସୁଗାର ବିକ୍ରି କରୁଥିବା ବେଳେ ଅବକାରୀ ବିଭାଗ ସେଠାରେ ଚଢାଉ କରିଥଲା।

Leave a Reply

Your email address will not be published. Required fields are marked *