ବ୍ରାଉନ ସୁଗାର ଜବତ.. ଦୁଇ ଗିରଫ
Date-21/03/26ବ୍ରାଉନ ସୁଗାର ,ନଗଦ ଟଙ୍କା ଓ ସୁନା ଅଳଙ୍କାର ଜବତ*ଦୁଇ ଗିରଫଜଗତସିଂହପୁରଆଙ୍କର-ଜଗତସିଂହପୁର ଜିଲା ବିରିଡି ଥାନା ଧ୍ୟାନକୁଦ ଅଞ୍ଚଳରେ ସ୍ଥାନୀୟ ପୋଲିସ ର ଚଢ଼ାଉ କରି ୨୦ ଗ୍ରାମ ବ୍ରାଉନ ସୁଗାର ସହ ଚାରିଟି ସୁନା ମୁଦି, ଦୁଇ ସୁନା ଚେନ, 3 ଲକ୍ଷ 20 ହଜାର ଟଙ୍କା ନଗଦ କ୍ୟାସ,ଦୁଇଟି ମୋବାଇଲ ଓ ଗୋଟେ ବାଇକ ଜବତ କରିଛି । ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ସଢ଼େଇକଣା ଗାଁର ସୁଯ୍ୟ ମାଧବ ବଳବନ୍ତରାୟ ଓ କିଶନ ନଗର ର ମୋହନ କୁମାର ମଲ୍ଲିକ ।

ଏମାନେ ଧ୍ୟାନକୁଦ ମାଉସୀ ମା ମନ୍ଦିର ନିକଟରେ ବ୍ରାଉନ ସୁଗାର ବିକ୍ରି କରିବା ପାଇଁ ଅପେକ୍ଷା କରିଥିବା ବେଳେ ଖବର ପାଇ ବିରିଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ କାବୁ କରିଥିଲା । ଉଭୟ ଅଭିଯୁକ୍ତଙ୍କ ନାଁ ରେ ରାଜ୍ୟର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବାର ଏସ୍ପି କହିଛନ୍ତି ।
