ବ୍ରାଉନ ସୁଗାର ବିକ୍ରେତା ଗିରଫ

।କାକଟପୁର ୧୩/୧)ପଡୋଶୀ ନିମାପଡ଼ା ଓ ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ବ୍ରାଉନ ସୁଗାର ବିକ୍ରେତା ମାନେ ଆସି କାକଟପୁର ଥାନା ଅଞ୍ଚଳରେ ମାଦକ ଦ୍ରବ୍ୟ କାରବାର ବୃଦ୍ଧି କରୁଛନ୍ତି।ଏ ସମ୍ପର୍କରେ କାକଟପୁର ଥାନା ଆଇଆଇସି ଉମେଶ ସା‌ହୁ ଖବର ପାଇ ଗତକାଲି ରାତ୍ରରେ ପେଟ୍ରୋଲିଙ୍ଗ କଡାକଡି  କରି ଦେବୀ ନଦୀ ବନ୍ଧ ଉପର ଖଣ୍ଡାସା‌ହି ପାଖରୁ ଭୋ୍ର ୫ଘ.୩୦ମିରେ ଜଣକୁ ରେଡ୍ ହ୍ୟାଣ୍ଡରେ ଗିରଫ କରିବାରେ ସକ୍ଷମ ହୋଇଥିଲେ। ଖଣ୍ଡାସାହି ଗ୍ରାମର ପ୍ରହଲ୍ଲାଦ ସ୍ବାଇଁଙ୍କ ପୁଅ ସୁରେନ୍ଦ୍ର ସ୍ବାଇଁ (୩୭)ବର୍ଷ ସିତୁଆ ପାହାନ୍ତିଆରେ ୧୦ଗ୍ରା୪୦୦ମିଲିଗ୍ରାମ ବ୍ରାଉନ ସୁଗାର ଧରି ଗ୍ରାହକଙ୍କୁ ଅପେକ୍ଷା କରିଥିବା ବେଳେ ଆଇଆଇସିଙ୍କ ନେତୃତ୍ୱରେ କାକଟପୁର ପୋଲିସ ତାକୁ ଗିରଫ କରିଥିଲେ।କେସ୍ ନଂ୧୭/୨୪ ସେକ୍ସନ୨୧ବି ଏନ. ଡି. ପି. ଏସ୍ ଧାରାରେ ଆଜି ବିଚାର ବିଭାଗୀୟ ହାଜତକୁ ପଠାଯାଇଥିବା କାକଟପୁର ପୋଲିସ ସୂତ୍ରରୁ ପ୍ରକାଶ।                         

Leave a Reply

Your email address will not be published. Required fields are marked *