କୋଣାର୍କରୁ ବ୍ରାଉନ ସୁଗାର ବେପାରୀ ଗିରଫ
କୋଣାର୍କ – ପୁରୀ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ଏବଂ ନିମାପଡା ଅବକାରୀ ରେଞ୍ଜ ନିରୀକ୍ଷକ ଶ୍ରୀ ପ୍ରଭାକର ସେଠିଙ୍କ ପ୍ରତ୍ୟେକ ତତ୍ୱାବଧାନରେ କୋଣାର୍କ ଅବକାରୀ ଥାନା ଅଧିକାରୀ ଶ୍ରୀ ମନୋଜ କୁମାର ପୃସେଟଙ୍କ ନେତୃତ୍ୱରେ ଏକ ଟିମ ଗୁରୁବାର କୋଣାର୍କରେ ଚଢାଉ କରି ଜଣେ ବ୍ରାଉନ ସୁଗାର ବେପାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଯୁବକଙ୍କ ନାମ ବଳରାମ ନାଏକ (୩୪) ଙ୍କୁ କୋଣାର୍କ ସୂର୍ଯ୍ୟ ମନ୍ଦିର ନିକଟସ୍ଥ ଡାକ ବଙ୍ଗଳା ପାଖରୁ ଗିରଫକରି ତାଙ୍କ ନିକଟରୁ ୬୭ ଗ୍ରାମ ହେରୋଇନ ଜବତ କରିଥିଲେ। କୋଣାର୍କ ଅବକାରୀ ଥାନା ପକ୍ଷରୁ କେସ ନଂ -୬୮/୨୪-୨୫ ରେ ମାମଲା ୠଜୁ କରାଯାଇଛି। ଆସାମୀଙ୍କୁ ମାନ୍ୟବର ଅଦାଲତ ନିମାପଡା କୋର୍ଟରେ ହlଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ-କlରାଗIରକୁ ପଠାଯାଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୬ଲକ୍ଷ ୭୦ ହଜାର ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଆଶା କରାଯାଉଛି। ଏହି ଚଢ଼ାଉରେ ଅବକାରୀ କର୍ମଚାରୀ ସବିତା ସାହୁ ,ସେକ ୱାରିସ ପ୍ରମୁଖ ସାମିଲ ଥିଲେ।
