ବ୍ରାଉନ ସୁଗାର ଓ ହେରୋଇନ ଜବତ
ଜଗତସିଂହପୁର ଜିଲ୍ଲାରେ ଦିନକୁ ଦିନ ବ୍ୟାପକ ପରିମାଣରେ ବ୍ରାଉନ ସୁଗାର ଓ ହେରୋଇନ କାରବାର ବଢି ଚାଲିଛି । ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବ୍ୟାପକ ପରିମାଣର ଜବତ କରାଯାଉ ଥିଲେ ମଧ୍ୟ ଏହାର କାରବାର ବନ୍ଦ ହେବା ପରିବର୍ତେ ବୃଦ୍ଧି ପାଇ ଚାଲିଛି । ଗତକାଲି ବିଳମ୍ବିତ ରାତିରେ ଜିଲ୍ଲା ଅବକାରୀ ବିଭାଗ ସଦର ଥାନା ଅନ୍ତର୍ଗତ ପୁରୁଣା ଗଡ ନିକଟରେ ଚଢାଉ କରି ୧୫୦ ଗ୍ରାମ ହେରୋଇନ ଜବତ କରିବା ସହିତ ଜଣେ ଯୁବକକୁ ଗିରଫ କରିଛି । ଗିରଫ ଯୁବକ ପୁରୁଣା ଗଡ଼ ଗାଁ ର କୁନା କାଣ୍ଡି । ଜବତ ହେରୋଇନର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ୩୦ ହଜାର ହେବ ବୋଲି ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ରିପୋର୍ଟ – ରୀତା ସାହୁ
