-ଗାଁ ଦାଣ୍ଡରେ ଯୁବକଙ୍କୁ ଶହ ଶହ ଖଣ୍ଡ ହାଣି ପଣା ଖୁଣ୍ଟିରେ ବଳି ଦେଲା ପିଶାଚ ଯୁବକ

-ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ଗାଁରେ ବିଭତ୍ସ ହତ୍ୟାକାଣ୍ଡ। ଗାଁ ଦାଣ୍ଡରେ ଯୁବକଙ୍କୁ ଶହ ଶହ ଖଣ୍ଡ ହାଣି ଗାଁ ଚୌପାଢୀରେ ଥିବା ପଣା ଖୁଣ୍ଟିରେ ବଳି ଦେଲା ପିଶାଚ ଯୁବକ। ମୃତ ଯୁବକ ଜଣଙ୍କ ବସୋଇ ଗାଁର ରାକେଶ ସେଠି। ରାକେଶ ସାଇକେଲ ଯୋଗେ ଚିକେନ ପାଇଁ ଯାଇଥିବା ବେଳେ ଟାଙ୍ଗିଆରେ ହାଣି ଥିଲା ଯୁବକ। ଅଭିଯୁକ୍ତ ଯୁବକ ବସୋଇ ଗାଁର ସରୋଜ ବିଶ୍ୱାଳ ଓରଫ ମକୁ। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି

। ପ୍ରଥମେ ସେ ଠେଙ୍ଗାରେ ପିଟି ପିଟି ରାକେଶଙ୍କୁ ହତ୍ୟା କରିବଥିଲା ଏବଂ ପରେ ଏକ ଟାଙ୍ଗିଆରେ ମୃତ ଶରୀରକୁ ଶହ ଶହ ଖଣ୍ଡ କରି ଗାଁରେ ଫୋପାଡ଼ି ଥିଲା। ତେବେ ସବୁଠାରୁ ଚକିତ ଦୃଶ୍ୟ ଥିଲା ଗାଁ ଚୌପାଢୀରେ ଥିବା ପଣା ଖୁଣ୍ଟି ନିକଟରେ ଜିଅନ୍ତା ବଳି ଦେଇଥିଲା ପିଶାଚ ଯୁବକ। ଏପରିକି ଶରୀରର ଅନେକ ଖଣ୍ଡ ବିଖଣ୍ଡିତ ଅଂଶ ଗାଁ ରାସ୍ତାରେ ଏଣେତେଣେ ପଡ଼ିଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଖବର ପାଇ ପରଜଙ୍ଗ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ସେପଟେ ହତ୍ୟା ପରେ ଅଭିଯୁକ୍ତ ଫେରାର ମାରିଛି। ତେବେ ହତ୍ୟାକାଣ୍ଡକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *