ବଳସକୁମ୍ପା ପଞ୍ଚାୟତ ରେ ଦୀର୍ଘ ଦୁଇ ସପ୍ତାହ ହେଲା ବି ଏସ ଏନ ଏଲ ସେବା ଠପ ଶତାଧିକ ଗ୍ରାହକ ହନ୍ତସନ୍ତ
ବଳସକୁମ୍ପା ପଞ୍ଚାୟତ ରେ ଦୀର୍ଘ ଦୁଇ ସପ୍ତାହ ହେଲା ବି ଏସ ଏନ ଏଲ ସେବା ଠପ ଶତାଧିକ ଗ୍ରାହକ ହନ୍ତସନ୍ତ । କନ୍ଧମାଳ ତା୦୩/୦୮/୨୦୨୫ ଖଜୁରୀପଡା ବ୍ଲକ ବଳସକୁମ୍ପା ପଞ୍ଚାୟତ ରେ ଥିବା ଭାରତ ସଂଚାର ନିଗମ ର ଟାୱାର ଖରାପ ହେବାଯୋଂଗୁ ମୋବାଇଲ ସେବା ଦୀର୍ଘ ପନ୍ଦର ଡିନ ହେଲା ଠପ ହୋଇଯାଇଛି । ଫଳରେ ପଞ୍ଚୟତ ର ଶତାଧିକ ଗ୍ରାହକ ବିଭିନ୍ନ ଇଣ୍ଟେର୍ନେଟ ସେବା ପାଇବାରୁ ବଂଚିତ ହୋଇଛନ୍ତି । ଅଭିଯୋଗ କଲେ ବି କତୃପକ୍ଷ ଙ୍କର କୁମ୍ଭକର୍ଣ ନିଦ୍ରା ଭଙ୍ଗ ହେଉ ନାହିଁ । ବଳସକୁମ୍ପା ଏକ ଗୁରୁତ୍ୱ ପୁର୍ଣ ସ୍ଥାନ ମା ବରାଳଦେବୀ ଙ୍କ ପ୍ରସିଦ୍ଧ ମନ୍ଦିର ରହିଛି । ହଜାର ହଜାର ଭକ୍ତ ତଥା ଜିଲ୍ଲା ବାହାରୁ ଭକ୍ତ ମାନେ ଆସନ୍ତି, ସିନ୍ଦୀଙ୍ଗି ଘାଇ କୁ ବୁଲି ଆସନ୍ତି ଶତାଧିକ ଲୋକ । ସେମାନେ ବି ଏସ ଏନ ଏଲ ସେବା ଠପ ହୋଇଥିବାରୁ ମୋବାଇଲ ଓ ଇଣ୍ଟେର୍ନେଟ ସେବା ପାଇପାରୁନାହାନ୍ତି । ଯଦି ଦୁଇ ଦିନ ମଧ୍ୟରେ ସେବା ଉପଲବ୍ଧ ନ ହୁଏ ତେବେ ଫୁଲବାଣୀ ବି ଏସ ଏନ ଏଲ କାର୍ଯ୍ୟାଳୟ କୁ ଘେରାଉ କରା ଯିବ ବୋଲି ଜଣାପଡିଛି!
