ବୁଗୁଡ଼ା ବ୍ଲକ ଆଶାକର୍ମୀ ସଂଘର ବୈଠକ

ବୁଗୁଡା :-୨୯/୧୨( ) ବୁଗୁଡ଼ା ବ୍ଲକର ପର୍ଯ୍ଯଟନସ୍ଥଳୀ ବୁଦ୍ଧଖୋଲର ପାଦଦେଶରେ ନିଖିଳ ଓଡିଶା ଆଶାକର୍ମୀ ସଂଘ ଆନୁକୂଲ୍ୟରେ ବୁଗୁଡା ବ୍ଲକ ଆଶାକର୍ମୀ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାନେତ୍ରୀ ସନ୍ତୋଷିନୀ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ବୈଠକରେ ରାଜ୍ୟ କନିଷ୍ଠ ସମ୍ପାଦକ ନମିତା ସାହୁ ଯୋଗ ଦେଇ ସଂଗଠନକୁ ସୁଦୃଢ କରିବା ଦିଗରେ ମାର୍ଗ ଦର୍ଶନ କରିଥିଲେ । ଏହି ଅବସରରେ ଆଶାକର୍ମୀଙ୍କୁ ସରକାରୀ ମାନ୍ୟତା, ସର୍ବନିମ୍ନ ଭତ୍ତା, ସାମାଜିକ ନିରାପତ୍ତା, ଅବସରକାଳୀନ ସହାୟତା ଓ ମୃତ୍ଯୁକାଳୀନ ସହାୟତା ରାଶି ୫ ଲକ୍ଷ ଟଙ୍କାକୁ ବୃଦ୍ଧି ଦାବି ଉପରେ ଆନ୍ଦୋଳନ ଜାରି ରହିଥିବା ବେଳେ ଏ ସମ୍ପର୍କେ ବ୍ଯାପକ ଆଲୋଚନା କରାଯାଇଥିଲା । ଏଥି ସହ ବଲାଙ୍ଗୀର ସହରରେ ଆସନ୍ତା ଜାନୁଆରୀ ୧୧ ଓ ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ସଂଘର ଚତୁର୍ଥ ରାଜ୍ୟ ସମ୍ମିଳନୀରେ ବହୁ ସଂଖ୍ୟକ ଆଶାକର୍ମୀ ଯୋଗ ଦେବାକୁ ଅନୁରୋଧ କରାଯାଇଥିଲା। ଏହି ବୈଠକର ପ୍ରାରମ୍ଭରେ ସମ୍ପାଦିକା ରଶ୍ମିତା ପଣ୍ଡା କାର୍ଯ୍ୟକ୍ରମର ଉଦ୍ଦେଶ୍ଯ ଜ୍ଞାପନ କରିଥିବା ବେଳେ ପରିଶେଷରେ କୋଷାଧକ୍ଷା ପ୍ରମୋଦା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *