ବହୁ ପୁରାତନ ଐତିହ୍ୟ ସମ୍ପର୍ଣ୍ନ ପୁରୀ ରଘୁନନ୍ଦନ ଲାଇବ୍ରେରୀ ଉପରେ ବୁଲଡ୍ରୋଜର୍ ଚଢାଇ
ବହୁ ପୁରାତନ ଐତିହ୍ୟ ସମ୍ପର୍ଣ୍ନ ପୁରୀ ରଘୁନନ୍ଦନ ଲାଇବ୍ରେରୀ ଉପରେ ବୁଲଡ୍ରୋଜର୍ ଚଢାଇ ଲକ୍ଷଲକ୍ଷ ପାଠକଙ୍କ ମନରେ ଆଘାତ ଦେଇଥିଲେ ନବୀନ ସରକାର। ଏବେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟରେ ଡିଜିଟାଲ ଲାଇବ୍ରେରୀ ଗଢି ପାଠକଙ୍କୁ ଶ୍ରୀମନ୍ଦିର ସମ୍ପର୍କୀତ ତଥ୍ୟ ପ୍ରଦାନ କରିବେ ସରକାର। ଯାହାକୁ ନେଇ ସେବାୟତ ଓ ପାଠକ ମହଲରେ ଉତ୍ସାହ ଦେଖିବାକୁ ମିଳିଥିବା ବେଳେ ଖୁବଶୀଘ୍ର ଏହାକୁ ନିର୍ମାଣ କରିବାକୁ ଦାବି ହୋଇଛି। ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଖୁବଶୀଘ୍ର ଡିଜିଟାଲ ଲାଇବ୍ରେରୀ ନିର୍ମାଣ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳ ଭଲକରି ଦେଖନ୍ତୁ ଏହି ସମ୍ବେଦନଶୀଳ ଓ ହୃଦୟବିଦାରକ ଦୃଶ୍ୟକୁ। କିଭଳି ଶହଶହ ବର୍ଷର ବହୁ ପୁରାତନ ତଥା ବ୍ରିଟିଶ ଅମଳର ଐତିହ୍ୟ ରଘୁନନ୍ଦନ ଲାଇବ୍ରେରୀ ଉପରେ ବୁଲଡ୍ରୋଜର୍ ଚଢାଇ ମାଟିରେ ମିଶେଇଥିଲେ ନବୀନ ସରକାର। ପରିକ୍ରମା ମାର୍ଗ ପାଇଁ ବଳି ପଡିଥିଲା ଦଶନ୍ଧି ଦଶନ୍ଧିର ଐତିହ୍ୟ ପାଠାଗାର। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏକ ଡିଜିଟାଲ୍ ଲାଇବ୍ରେରୀ ସ୍ଥାପନ କରିବାକୁ ସରକାର ଲକ୍ଷ ରଖିଛନ୍ତି | ଯାହା ମାଧ୍ୟମରେ ଶ୍ରୀମନ୍ଦିର ସମ୍ପର୍କୀତ ତଥ୍ୟ ଜାଣିବା ସହ ଦୁର୍ଲଭ ମନ୍ଦିରର ରେକର୍ଡ, ପୂଜା-ପାଠ, ପବିତ୍ର ମାଦଳା ପାଞ୍ଜି, ତାଳପତ୍ର ପାଣ୍ଡୁଲିପି ଓ ଅନ୍ୟାନ୍ୟ ସମ୍ପଦ ସୁରକ୍ଷିତ ରହିବ। ଯାହାକୁ ନେଇ ସେବାୟତ ମହଲରେ ସ୍ୱାଗତ କରାଯାଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଖୁବଶୀଘ୍ର ଏହି ଡିଜିଟାଲ ଲାଇବ୍ରେରୀ ନିର୍ମାଣ ହେବ ବୋଲି କହିଛନ୍ତି ଜିଲ୍ଲାପାଳ। ବାଇଟ 1 – ଦିବ୍ୟଜ୍ୟୋତି ପରିଡା ଜିଲ୍ଲାପାଳ ବାଇଟ 2 – ମୁକ୍ତିକାନ୍ତ ପ୍ରତିହାରୀ ବରିଷ୍ଠ ସେବାୟତ ଭିଓ- ଶ୍ରୀମନ୍ଦିର ଚତୁର୍ପାଶ୍ୱ ଉଚ୍ଛେଦ ପ୍ରକ୍ରିୟାରେ ହଟିଥିଲା ଏମାର ମଠର ବହୁ ପୁରାତନ ରଘୁନନ୍ଦନ ଲାଇବ୍ରେରୀ। ଏବେ ଏହାର ପୋଥି ଓ ପୁସ୍ତକ ଗୁଡିକ ଜିଲ୍ଲାପାଳଙ୍କ ଅଫିସ ନିକଟରେ ସଂରକ୍ଷିତ ହୋଇ ରହିଛି। 1920 ମସିହାରେ ମଠର ମହନ୍ତ ଗଦାଧର ରାମାନୁଜ ଦାସ୍ ତାଙ୍କ ଗୁରୁ ରଘୁନନ୍ଦନ ରାମାନୁଜ ଦାସଙ୍କ ନାମରେ ଏହି ଲାଇବ୍ରେରୀ ପ୍ରତିଷ୍ଠା କରିଥିଲେ। ଏହି ଲାଇବ୍ରେରୀରେ ରହିଛି ହିନ୍ଦୀ, ଇଁରାଜୀ, ଓଡିଆ ଓ ସଂସ୍କୃତ ଭାଷାର ବହୁ ଦୁର୍ମୂଲ୍ୟ ପୁସ୍ତକ, ତାଳପତ୍ର ପୋଥୀ । ଏଵେଵି ରହିଛି 500 ରୁ ଅଧିକ ବିରଳ ପୁସ୍ତକ ଏଵଂ 400 ରୁ ଅଧିକ ପୋଥୀ,,, ତାଳପତ୍ର ପୋଥି ମଧ୍ୟରେ ରହିଛି ମହାଭାରତ, ଶ୍ରୀମଦ ଭାଗବତ୍,ରାଜଧର୍ମ ଇତ୍ୟାଦି । ବର୍ତ୍ତମାନ ଲାଇବ୍ରେରୀକୁ ଜିଲ୍ଲାପାଳଙ୍କ ଅଫିସ ନିକଟରେ ସଂରକ୍ଷଣ କରି ରଖାଯାଇଥିବା ବେଳେ ପୁସ୍ତକ ଗୁଡିକରେ ରାସାୟନିକ ପ୍ରଲେପ ବା କେମିକାଲ ୱସିଂ କରାଯାଇଛି। ତେବେ କେବେ ଏହା ପୁନଃ ନିର୍ମାଣ ହେବ ସେନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ସେପଟେ ସରକାରଙ୍କ ଡିଜିଟାଲ ଲାଇବ୍ରେରୀ ନିର୍ମାଣକୁ ସ୍ୱାଗତ କରିଛନ୍ତି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ସୂର୍ଯ୍ୟ ନାରାୟଣ ରଥଶର୍ମା। କିନ୍ତୁ ରଘୁନନ୍ଦନ ଲାଇବ୍ରେରୀର ପୁନଃରୁଦ୍ଧାର କରିବାକୁ ସେ ସରକାର ଓ ଶ୍ରୀମନ୍ଦିର ପ୍ରଶାସକଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟପଟେ ପୁରୀରେ ଶ୍ରୀମନ୍ଦିର ସମ୍ପର୍କୀତ କେବଳ ରଘୁନନ୍ଦନ ଲାଇବ୍ରେରୀ ଥିବାବେଳେ ଏହାକୁ ଭଙ୍ଗାଯାଇଥିବାରୁ ଵର୍ତମାନର ଯୁବପିଢ଼ି ଓ ଭବିଷ୍ୟତ ପିଢୀଙ୍କ ପାଇଁ ଡିଜିଟାଲ ଲାଇବ୍ରେରୀ ଆବଶ୍ୟକ ବୋଲି ପାଠକ କହିଛନ୍ତି।
