କଳିଙ୍ଗା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ମାଁ ଖମ୍ବେଶ୍ବରୀ ବସ

କଳିଙ୍ଗା ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ମାଁ ଖମ୍ବେଶ୍ବରୀ ବସ। ଅଳ୍ପକେ ବର୍ତ୍ତିଲେ ୧୫ ଯାତ୍ରୀ।୧ ଗୁରୁତର ୧୦ ଆହତ।ଫୁଲବାଣୀ;-୧୪/୦୩() ଶୁକ୍ରବାର ସକାଳ ପ୍ରାୟ ଭୋର୍ ୫ଘଣ୍ଟା ସମୟରେ ଏକ ଘରୋଇ ଯାତ୍ରୀବାହୀ ବସ ଭାରସାମ୍ୟ ହରେଇ ଦୁର୍ଘଟଣା ଗ୍ରସ୍ତ ହୋଇ ମୂଖ୍ୟ ଜାତୀୟ ଉପରେ ଓଲଟି ଯାଇଥିବା ବେଳେ ଏଠାରେ ଯାତ୍ରା କରୁଥିବା ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ସୂଚନା ପ୍ରକାରେ ଜଣାପଡିଛି ଯେ ମାଁ ଖମ୍ବେଶ୍ବରୀ ନାମକ ଏକ ଘରୋଇ ବସ ନମ୍ବର OD-07-F-9181 ରାୟପୁର ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ହେଲେ ବସ୍ ଟି କୌଣସି କାରଣରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ଏଠାରେ ପ୍ରାୟ ୧୫ ରୁ ୧୬ ଜଣ ଯାତ୍ରୀ ବସି ଯାତ୍ରା କରୁଥିଲେ ଅଳ୍ପକେ ସମସ୍ତେ ବର୍ତ୍ତି ଯାଇଥିବା ବେଳେ ଜଣେ ଗୁରୁତର ଓ ପାଖା ପାଖି ୧୦ ସାମାନ୍ୟ ଆହତ ଜଣାପଡିଛି। ଗୁରୁତର ଓ ଆହତ ମାନଙ୍କୁ ଏକ ବୋଲେରୋ ରେ ଭଞ୍ଜନଗର ଡାକ୍ତରଖାନା କୁ ଚିକିତ୍ସା ପାଇଁ ପଠାଯାଇ ସେଠାରୁ ଗୁରୁତର ବ୍ୟକ୍ତିଙ୍କୁ ବ୍ରହ୍ମପୁର ଏମ.କେ.ସି.ଜି ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି। ପରେ ଘଟଣା ସ୍ଥଳରେ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଆହତଙ୍କୁ ନ ପାଇ ଫେରିଯାଇଛି I ଗୁରୁତର ଓ ଆହତ ବ୍ୟକ୍ତି ମାନଙ୍କର ପରିଚୟ ମିଳି ପାରି ନଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ସୁଧାର ଥିବା ଖବର ମିଳିଛି।ଘଟଣା ସ୍ଥଳରେ ଜି.ଉଦୟଗିରି ଥାନା ଭାରପ୍ରାପ୍ତ ଅଧିକାରୀ ବିଜୟ କୁମାର ସ୍ୱାଇଁ ଏବଂ ଏସ.ଆଇ.ଅନନ୍ତ କୁମାର ପ୍ରଧାନ ପହଞ୍ଚି ଏକ ମାମଲା ରୁଜୁ କରି ଦୁର୍ଘଟଣାର ତଦନ୍ତ କରିଛନ୍ତି। ପ୍ରକାଶ ଥାଉ କି ଏହି କଳିଙ୍ଗିଆ ଘାଟିରେ ଏହା ପୂର୍ବରୁ ଆନେକ ବସ ଓ ବିଭିନ୍ନ ଗାଡ଼ି ଦୁର୍ଘଟଣା ଘଟିଛି କାହିଁକି ଏବଂ କଣପାଇଁ ହେଉଛି ତାହା ଆଜି ପର୍ଯ୍ୟନ୍ତ ପ୍ରଶାସନ ଏହାର ସମାଧାନ ବାହାର କରିପାରୁ ନାହିଁ କାହିଁକି ବୋଲି ଅନେକ ବୁଦ୍ଧିଜୀବି ମତ ରଖୁଥିବା ବେଳେ ଏହାକୁ ନେଇ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏହାର ଆଶୁ ସମାଧାନ ନିମନ୍ତେ ସାଧାରଣରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *