ଭୁସୁଡ଼ିଲା ଫିରିଙ୍ଗିଆ ଠାରେ ଚାଲିଥିବା ନିର୍ମାଣଧୀନ ବାଷ୍ଟାଣ୍ଡ ଟରର୍ମିନାଳ ର ଛାତ

ଭୁସୁଡ଼ିଲା ଫିରିଙ୍ଗିଆ ଠାରେ ଚାଲିଥିବା ନିର୍ମାଣଧୀନ ବାଷ୍ଟାଣ୍ଡ ଟରର୍ମିନାଳ ର ଛାତ I ଅଳ୍ପକେ ବଞ୍ଚିଲେ ପାଞ୍ଚଜଣ ମିସ୍ତ୍ରୀ ଙ୍କ ସହ କୋଡିଏ ରୁ ଅଧିକ ଶ୍ରମିକ I ସେନ୍ଟ୍ରିଙ୍ଗ ରେ ବ୍ୟବହାର ହୋଇଥିଲା ଲୁହାପାଇପ ଜାଗାରେ କାଠ ବଲ୍ଲା I ଫୁଲବାଣୀ ତା ୦୧/୦୩/୨୦୨୫, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ଠାରେ ଚାଲିଥିବା ବାଷ୍ଟାଣ୍ଡ ନିର୍ମାଣ କାମରେ ଏକ ବଡ଼ ଅଘଟଣ ଘଟିଥିବା ଦେଖିବାକୁ ମିଳିଛି I ବାଷ୍ଟାଣ୍ଡ ର ବସ ଟର୍ମିନାଲ ବିଲଡିଂ ର ଛାତ ପଡୁଥିବା ସମୟରେ ହଠାତ ନିର୍ମାଣଧୀନ ଛାତ ଭୁଶୁଡି ପଡିଥିଲା I ତେବେ ଛାତ ଭୁଶୁଡି ଲା ସମୟରେ କାହାର କୌଣସି କ୍ଷତି ହୋଇନଥିବା ବେଳେ ଅଳ୍ପକେ ବର୍ତି ଯାଇଛନ୍ତି ଛାତ ଉପରେ ଓ ଛାତ ତଳେ କାମ କରୁଥିବା ପାଞ୍ଚ ଜଣ ମିସ୍ତ୍ରୀ ଙ୍କ ସହ ପ୍ରାୟ କୋଡିଏ ଜଣ ଶ୍ରମିକ I ସୂଚନା ଅନୁସାରେ ଗତ ଆଠ ମାସ ହେଲା ଓଡିଶା ରାଜ୍ୟ ପାରିବହନ ବିଭାଗ ଦ୍ୱାରା ନିର୍ମାଣ ହେଉଥିବା ଏହି ବାଷ୍ଟାଣ୍ଡ ରେ ବସ ଟରମିନାଲ ର ଛାତ ପଡୁଥିଲା I ଏହି ସମୟରେ ଠିକସଂସ୍ଥା ର ଠିକାଦାର କର୍ମଚାରୀ ଓ ଦାୟିତ୍ୱ ରେ ଥିବା ପରିବହନ ବିଭାଗ ର ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଓ ଖୋଦ ବିଭାଗ ର ଏସଡ଼ିଓ ମଧ୍ୟ୍ୟ ଉପସ୍ଥିତ ଥିଲେ I ତେବେ ଛାତ ର ଉଚ୍ଚତା ପ୍ରାୟ ୩୦ ଫୁଟ ରୁ ଅଧିକ ହୋଇଥିବା ବେଳେ ପରିବହନ ବିଭାଗ ର ନିୟମ ଅନୁଯାଇ ଛାତ ପାଇଁ ଲୁହା ପାଇପ ରେ ସେନ୍ଟ୍ରିଙ୍ଗ କରିବା କଥା କିନ୍ତୁ ସମ୍ପୃକ୍ତ ଠିକା ସଂସ୍ଥା କାଠ ବଲ୍ହା ରେ ସେନ୍ଟ୍ରିଙ୍ଗ କରିଥିବାରୁ ଏଭଳି ଏକ ଘଟଣା ଘଟିଥିବା ଅନୁମାନ କରାଯାଉଛି I ତେବେ ଏଠି ପ୍ରଶ୍ନ ଉଠୁଛି ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀ ଉପସ୍ଥିତ ଥିବା ବେଳେ କୋଟି କୋଟି ଟଙ୍କାର ନିର୍ମାଣ କାମ ଏଭଳି କାମଚଲା ଭାବରେ କରାଯାଉଛି ତାକୁ ନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ ହେବା ଜରୁରୀ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି I ସେପଟେ ଏହି କାମକୁ ନୟାଗଡ଼ ଅଂଚଳର ଶରତ ଖୁଣ୍ଟିଆ ନାମକ ଜଣେ ପ୍ରତିଷ୍ଠିତ ବିଶିଷ୍ଠ ଠିକାଦାର କରୁଥିବା ବେଳେ ଏତେ ବଡ଼ ଠିକା ସଂସ୍ଥା କିଭଳି ଭାବରେ ଏଭଳି କାମାଚଳା କାମ କରିବା ସହ ଲୁହା ପାଇବ ବଦଳରେ କାଠ ବଲ୍ଲା ବ୍ୟବହାର କରୁଛି ତାକୁ ନେଇ ମଧ୍ୟ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି I

Leave a Reply

Your email address will not be published. Required fields are marked *