ପରିବା ବ୍ୟବସାୟୀଙ୍କୁ ଛୁରାମାଡ

ପରିବା ବ୍ୟବସାୟୀଙ୍କୁ ଛୁରାମାଡ। ପୁରୀ ମାର୍କେଟ ଛକ ନିକଟ ଜଗନ୍ନାଥବଲ୍ଲଭ ଠାରେ ଘଟିଛି ଏହି ଘଟଣା। ଆକ୍ରମଣର ଶିକାର ପରିବା ବ୍ୟବସାୟୀ ଜଣକ ଚୁଡଙ୍ଗ ସାହି ମଧୁବନ ଅଞ୍ଚଳର ସୁକାନ୍ତ କୁମାର ଦାସ। ତିନିଜଣ ଦୁର୍ବୁତ୍ତ ସୁକାନ୍ତଙ୍କ ବାମ ହାତକୁ ଛୁରୀରେ ଆକ୍ରମଣ କରିଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୋକାନ ତାଡୁ ଥିବା ବେଳେ ବାରଣ କରିବାରୁ ଦୁର୍ବୁତ୍ତ ମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *