ଦୀର୍ଘଦିନରୁ ଚାଲିଥିବା ଚୋରା ଗ୍ୟାସ ବେପାର

, ହାର୍ଡୱେର ଦୋକାନରେ ଚାଲିଥିଲା ଚୋରା ଗ୍ୟାସ ସିଲିଣ୍ଡର ବେପାର, ବିଶ୍ଵସ୍ଥ ସୂତ୍ରରୁ ଖବର ପାଇବା ପରେ ପୋଲିସ ବିଛାଇଥିବା ଜାଲରେ ଫସିଗଲେ ଏହି ଗ୍ୟାସ କଳାବଜାର ର ମୁଖ୍ୟ କାର୍ପଟଦାର ସଞ୍ଜୟ ପୃଷ୍ଟି । ଯାହାକୁ ନେଇ ପାରାଦୀପ ଲକଥାନାରେ ଆୟୋଜିତ ପ୍ରେସମିଟରେ ବିସ୍ତୃତ ସୂଚନା ଦେଇଛନ୍ତି ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ l ପାରାଦୀପଗଡ ବଜାରରେ ପାରାଦୀପ ଲକ୍ ଥାନା ପୁଲିସର ଚଢାଉ। ବିପୁଳ ପରିମାଣର ଚୋରା LPG ଗ୍ୟାସ ସିଲିଣ୍ଡର ଜବତ। କୁଜଙ୍ଗ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ଏକ ହାର୍ଡୱେର ଷ୍ଟୋରରେ ଚଢାଉ କରାଯାଇ ଭିତରେ ଗଚ୍ଛିତ ଥିବା ଶହେରୁ ଅଧିକ ଏଲପିଜି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି। ବାହାରକୁ ହାର୍ଡୱେର ଷ୍ଟୋର ଚଳାଉଥିବା ଧାରଣା ଜନ୍ମାଇ ଦୀର୍ଘ ଦିନରୁ ଏଲପିଜି ଗ୍ୟାସ ଚୋରା ବ୍ୟବସାୟ ଚଳାଇଥିଲା ଅଭିଯୁକ୍ତ। ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପୁଲିସ ଚଢ଼ାଉ କରିବା ସହିତ ଅଭିଯୁକ୍ତ ସଞ୍ଜୟ ପୃଷ୍ଟିକୁ ଗିରଫ କରିଛି। ତେବେ ସେହି ଗଡ ବଜାରରେ ଛତୁ ଫୁଟିବା ଭଳି ୮/୧୦ଟି ସ୍ଥାନରେ ଏଲପିଜି ଗ୍ୟାସ ଚୋରା ବ୍ୟବସାୟ ଚାଲିଥିବା ଅଭିଯୋଗ ହେଉଥିବା ବେଳେ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।

Leave a Reply

Your email address will not be published. Required fields are marked *