ବ୍ୟାସ ବିଷ୍ଣୁ ସ୍ନେହlଳୟ ଓ ବ୍ୟାସ ମନ୍ଦିରର ଶିଳା ନ୍ୟାସ କଲେ ମନ୍ତ୍ରୀ

କୁଜଙ୍ଗ-୮/୫-କୁଜଙ୍ଗ ବ୍ଲକ ଅନ୍ତର୍ଗତ ଗରେଈ ପଞ୍ଚାୟତର ନାଳିଆପାଳ ଗ୍ରାମରେ ବ୍ୟାସ ଫାଉଣ୍ଡେସନ କର୍ମକର୍ତ୍ତାଙ୍କ ତରଫରୁ ବ୍ୟାସ ବିଷ୍ଣୁ ସ୍ନେହାଳୟ ଓ ବ୍ୟାସ ମନ୍ଦିରର ଶିଳାନ୍ୟାସ ବରେଣ୍ୟ ମନ୍ତ୍ରୀ ଶିଳ୍ପ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ,ଓଡ଼ିଶା ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ କର କମଳ ରେ ଉଦଘାଟିତ ହୋଇଅଛି। ଏହି ଉଦଘାଟନୀ ସଭାରେ ବରେଣ୍ୟ ମଞ୍ଚlସୀନ ଅତିଥିଭାବେ ଅବସର ପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ,ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂର୍ଯ୍ୟରଞ୍ଜନ ମହାନ୍ତି,ଜିଲ୍ଲା ପରିଷଦ ସଭ୍ୟ ରବିନାରାୟଣ ସାହୁ,ଗରେଇ ସରପଞ୍ଚ ଦିପ୍ତିରେଖା ଲେଙ୍କା ,ସମିତି ସଭ୍ୟା ଦିପ୍ତିମୟୀ ପଣ୍ଡା, ପୋତାନଈ ସରପଞ୍ଚ ବ୍ରଜକିଶୋର ମହାରାଜ ,ଆନ୍ତର୍ଜାତୀୟ ଗୀତା ମିଶନର ସଭାପତି ସ୍ବାମୀ ଚିଦାନନ୍ଦଜି ମହାରାଜ,ସ୍ବାମୀ ଶ୍ରୁତି ସାଗରାନନ୍ଦଜି ମହାରାଜ,ଶ୍ରୀଯୁକ୍ତ ହେମନ୍ତ କୁମାର ରଥ ,ଓ ଟି ଭି ପ୍ରାର୍ଥନାର କାର୍ଯକାରୀ ପ୍ରଯୋଜକ ଅଭିନନ୍ଦନ ଦାସ,ବ୍ୟାସ ଫାଉଣ୍ଡେସନର କାର୍ଯ୍ୟକାରୀ ସଭାପତି ବିବେକାନନ୍ଦ ହୋତା ,ଭୂମିଦାତା ବିଷ୍ଣୁ ଚରଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ବ୍ୟାସ ଫାଉଣ୍ଡେସନର ଅଧକ୍ଷ୍ୟା ଶ୍ରୀମତୀ ଆଚାର୍ଯ୍ୟ ସଭାପତିତ୍ଵ କରୁଥିବା ବେଳେ ମଞ୍ଚର ସୂତ୍ରଧର ଭାବେ ପଣ୍ଡିତ ଡ଼ଃ ସିଦ୍ଧେଶ୍ୱର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ।ପ୍ରକାଶଥାଉ କି ବ୍ୟାସ ଫାଉଣ୍ଡେସନ ର ଦୈନନ୍ଦିନ ସେବା କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ନାଳିଆପlଳ ଗ୍ରାମର ୮୪ ବର୍ଷ ବୟସ୍କ ବିଷ୍ଣୁ ଚରଣ ସ୍ୱାଇଁ ଏକ ବୃଦ୍ଧାଶ୍ରମ ଓ ବ୍ୟାସ ମନ୍ଦିର ନିମନ୍ତେ ଜମି ଦାନ କରିଥିଲେ। ଯଦି ବା ବୃଦ୍ଧାଶ୍ରମ ଭାରତୀୟ ସଂସ୍କୃତିର ପରିପନ୍ଥୀ ତଥାପି ଆଧୁନିକ ଶିକ୍ଷା ଦୀକ୍ଷାରେ ଆମ ସାମାଜିକ ଚଳନି ଓ ପରିବାର ପରିବେଶକୁ ଏତେ ମାତ୍ର। ରେ କବଳିତ କରିସାରିଲାଣି ସେଥିପାଇଁ ଅଧିକାଂଶ ବାପା ମାଆ ମାନେ ଅତିକ୍ରାନ୍ତ ବୟସରେ ଅଲୋଡ଼ା ହୋଇପଡୁଛନ୍ତି।ଭାରତୀୟ ସଂସ୍କୃତିର ମହାନାୟକ ବିଷ୍ଣୁ ସ୍ୱରୂପ ବ୍ୟାସ ଦେବଙ୍କ ମନ୍ଦିର କୁତ୍ରାପି ପରିଲକ୍ଷିତ ହେଉନାହିଁ।ସହୃଦୟ ମନ୍ତ୍ରୀ ମହୋଦୟ ଏପରି ମହତ୍ କାର୍ଯ୍ୟ ପାଇଁ ସାମଗ୍ରିକ ଭାବେ ସାହାଯ୍ୟ କରିବେ ବୋଲି ମଞ୍ଚରୁ ପ୍ରତିଶ୍ରୁତି ରଖିଲେ।ମଞ୍ଚରେ ଅନୁପସ୍ଥିତ ସାଂସଦ ଡ଼ଃ ବିଭୁ ପ୍ରସାଦ ତରାଇ ତାଙ୍କ ବାର୍ତ୍ତା ମାଧ୍ୟମରେ ଉକ୍ତ ସମାଜ କଲ୍ୟାଣକାରି କାର୍ଯ୍ୟ ପାଇଁ ୧୦ଲକ୍ଷ ଟଙ୍କାର ଅନୁଦାନ ଦେବା ପାଇଁ ପ୍ରତିଶ୍ରୁତି ଦେଲେ ଯାହା ଶତାଧିକ ଆଧ୍ୟାତ୍ମିକ ପ୍ରେମୀ ବ୍ୟକ୍ତି ବିଶେଷଙ୍କୁ ଖୁସି କରିଥିଲା।ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବିବିଧ ସ୍ଥାନ ରୁ ପ୍ରାୟତଃ ୭୦୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିଥିଲେ।ବ୍ୟାସ ଫାଉଣ୍ଡେସନ କର୍ମକର୍ତ୍ତା ରଶ୍ମିତା ନାୟକ ,ଦେବେନ୍ଦ୍ର କୁମାର ମଲ୍ଲିକ,ଶରତ ଚନ୍ଦ୍ର ଦାଶ,ଯଶୋବନ୍ତ ରାଉତ ,ରଂଜନ କୁମାର ପ୍ରଧାନ ,ରମାକାନ୍ତ ରାଉଳ ,ସଂଗ୍ରାମ ମନ୍ତ୍ରୀ,ସତ୍ୟପ୍ରିୟ ପଣ୍ଡା,ରଂଜନ ପ୍ରଧାନ,ମନୋଜ ପ୍ରଧାନ,ଆକାଶ ପ୍ରଧାନ ରାକେଶ କୁମାର ପଟ୍ଟନାୟକ ,ନଗେନ୍ଦ୍ର ନାଥ ସ୍ୱାଇଁ,ପଣ୍ଡିତ ପ୍ରଶାନ୍ତ କୁମାର ଶତପଥୀ,ଅକ୍ଷୟ କୁମାର ସାହୁ,ବିପିନ ମାଝୀ,ପ୍ରିତିମୟୀ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ଭାବେ ପରିଚାଳନା କରିଥିଲେ।ଏହି ଅବସରରେ ସଂଲଗ୍ନ ଅଞ୍ଚଳର ଦଶ ଜଣ ମୂରବୀ ସ୍ଥାନୀୟ ବ୍ୟକ୍ତିଙ୍କୁ ଉତ୍ତରୀୟ ପୁଷ୍ପଗୁଚ୍ଛ ଦେଇ ମନ୍ତ୍ରୀଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା।ସକାଳ ୭ ରୁ ୧୧ ଟା ପର୍ଯ୍ୟନ୍ତ ବେଦଜ୍ଞ ବ୍ରାହ୍ମଣ ମାନଙ୍କଦ୍ଵାରା ବାସ୍ଥୁ ପୂଜା,ହୋମ, ଗୀତା ପାଠ କରାଯାଇଥିଲା।ବିଚିତ୍ର କୁମାର ସ୍ବାଇଁ ସପତ୍ନିକ ସଂକଳ୍ପ ହୋଇ ଉକ୍ତ ଯଜ୍ଞ କର୍ମ ସମ୍ପାଦନ କରିଥିଲେ। ପରିଶେଷରେ ଶାରଦା ପ୍ରସନ୍ନ ଦାସ ମହୋଦୟ ଧନ୍ୟବାଦ ଦେବା ପରେ ସଭା ସାଙ୍ଗ କରାଯାଇଥିଲା।କୁଜଙ୍ଗ ନାଳିଆପାଳରୁ ନୃସିଂହ ଚରଣ ବାରିକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *