ନ୍ୟାୟ ପାଇଁ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ, ସହାୟତା ବ୍ୟାସ ଫାଉଣ୍ଡେସନ
ନ୍ୟାୟ ପାଇଁ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ, ସହାୟତା ବ୍ୟାସ ଫାଉଣ୍ଡେସନ
ତା – ୧୬-୦୫-୨୦୨୫
ଜଗତସିଂହପୁର
ଜୀବନରେ ବୃଦ୍ଧାବସ୍ଥା ଏକ ନିତ୍ୟ ପ୍ରକ୍ରିୟା । ଏଭଳି ଅସହାୟ ଅବସ୍ଥାରେ ସଭ୍ୟ ଶିକ୍ଷିତ ପୁଅ – ବୋହୂ ମାନେ ଏହାର ଫାଇଦା ଉଠାଇଥାନ୍ତି। ବାପା ମାଆଙ୍କୁ ଶାରୀରିକ , ମାନସିକ ଭାବେ ଯନ୍ତ୍ରଣା ଦେବା ଭଳି ଘଟଣା ପ୍ରତିଦିନ ସମାଜରେ ଘଟୁଛି । ପଣ୍ଡୁଆ ପଞ୍ଚାୟତ ହାତୀକେନା ଗ୍ରାମର ଧୂନ ସେଠୀ (୭୫)ନିଜର ଜନ୍ମ କଲା ପୁଅ ଦ୍ଵାରା ଚଞ୍ଚକତାର ଶୀକାର ହେଇ ଅସହାୟ ଅବସ୍ଥାରେ ନ୍ୟାୟ ପାଇଁ ବ୍ୟାସ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟଙ୍କ ଦ୍ଵାରା ଉପଜିଲ୍ଲାପାଳ ଜଗତସିଂହପୁରଙ୍କ ଦ୍ବାରସ୍ଥ ହେଲେ ।
ପ୍ରକାଶ ଥାଉକି ଧୁନ ସେଠୀଙ୍କର ୩ଟି ଝିଅ ଓ ଏକ ମାତ୍ର ପୁଅ ଟୁକୁନା ସେଠୀ ।ଜୀବନ ସାରା ଶାରୀରିକ ପରିଶ୍ରମ କରି ଧୁନ ସେଠୀ ଯାହା ସବୁ ସମ୍ପତ୍ତି ଓ ଅର୍ଥ ଉପାର୍ଜନ କରିଥିଲେ ପରିଣତ ବୟସରେ ନିଜର ରକ୍ତ ସମ୍ପର୍କର ପୁଅ ତାଙ୍କ ଅଜାଣତରେ ଚକ୍ରାନ୍ତ କରି ନିଜ ନାମରେ କରାଇ ନେବା ସହ ଆଜକୁ ୧୦ ବର୍ଷ ହେବ ବାପା ମାଆଙ୍କୁ ଅଣଦେଖା କରିବା , ଶାରୀରିକ ନିର୍ଯ୍ୟାତନା ଦେବା ଆଦି ଅସାମାଜିକ କାର୍ଯ୍ୟ କରି ଆସୁଅଛି ପୁଅ ଟୁକୁନା । ପୁଅ ଦ୍ଵାରା ଆଘାତ ପ୍ରାପ୍ତ ହୋଇ ବାପା ଧୁନଙ୍କର ଗୋଡ ଭାଙ୍ଗି ଯାଇଥିବାରୁ ସେ ବର୍ତ୍ତମାନ ଚଳନ ଶକ୍ତିହୀନ । ବିବାହିତ ଝିଅ ମାନଙ୍କର ସାମାନ୍ୟ ଅନୁକମ୍ପା ବାପା ମାଆଙ୍କର ବଞ୍ଚିବାର ରାହା ପାଲଟିଛି । ୧୦ ବର୍ଷ ହେବ ସମସ୍ତ ନିର୍ଯ୍ୟାତନା ସହି ପରିଶେଷରେ ସମାଜକୁ ତଥା ସ୍ୱାର୍ଥପର ପୁଅକୁ ଶିକ୍ଷା ଦେବା ପାଇଁ , ବରିଷ୍ଠ ନାଗିରିକମାନଙ୍କ ପାଇଁ ଥିବା ଆଇନ୍ କୁ କାର୍ଯ୍ୟକାରୀ କରାଇବା ପାଇଁ ଵ୍ୟାସ ଫାଉଣ୍ଡେସନ ଅଧ୍ୟକ୍ଷା ଶ୍ରୀମତୀ ଆଚାର୍ଯ୍ୟଙ୍କ ସହାୟତାରେ ବୃଦ୍ଧ ଦମ୍ପତି ଉପଜିଲ୍ଲାପାଳ ଜଗତସିଂହପୁରଙ୍କୁ ଲିଖିତ ଅଭିଯୋଗ ଜଣାଇଥିଲେ । ଆଜି ଏହି ଘଟଣାର ବିଚାର ବିମର୍ଶ କରିବା ପାଇଁ ନୋଟିସ୍ ଜାରି କରାଯାଇଥିଲେ ମଧ୍ୟ ପୁଅ ଟୁକୁନା ଅନୁପସ୍ଥିତ ରହିଲେ । ତଥାପି ସହୃଦୟ ଉପଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାମଙ୍ଗଳ ଅଧିକାରିଣୀ ନିଶିଗନ୍ଧା ପଟ୍ଟନାୟକ ଏକ ସପ୍ତାହ ମଧ୍ୟରେ ଉକ୍ତ ସମସ୍ୟାର ତିର୍ତ୍ତୋଲ ଥାନା ମାଧ୍ୟମରେ , ଵ୍ୟାସ ଫାଉଣ୍ଡେସନର ମଧ୍ୟସ୍ଥତାରେ ବୃଦ୍ଧ ଦମ୍ପତିକୁ ନ୍ୟାୟ ପ୍ରଦାନ କରାଯିବ ବୋଲି ଆଶ୍ଵାସନା ଦେଲେ। ଵ୍ୟାସ ଫାଉଣ୍ଡେସନ ଏଭଳି ଏକ ସାମାଜିକ ଅନୁଷ୍ଠାନ ଯାହା ପ୍ରତିଦିନ ବରିଷ୍ଠ ନାଗରିକ ମାନଙ୍କର ସମସ୍ୟାକୁ ଲୋକ ଲୋଚନକୁ ଆଣି ନ୍ୟାୟ ପ୍ରଦାନ କରୁଥିବାରୁ ସଂଗଠନର କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି ।
