ବ୍ୟାସ ପ୍ରିଣ୍ଟ ମିଡ଼ିଆ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ବ୍ୟାସ ପ୍ରିଣ୍ଟ ମିଡ଼ିଆ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ଯାଜପୁର ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଗଠନ ବ୍ୟାସ ପ୍ରିଣ୍ଟ ମିଡ଼ିଆ ଆସୋସିଏସନ ତରଫରୁ ଆଜି ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଚୋରଦା ବାଇପାସ ଛରେ ଅନୁଷ୍ଠିତ ହୋଇଯାଇଛି।ବିନା ହେଲମେରେ ବାଇକ ଚାଳନା ଖାଲି ଚାଳକ ପାଇଁ ବିପଦ ନୁହଁ, ଏହା ସମାଜ ପାଇଁ ମଧ୍ୟ ବିପଦ।ସାମ୍ବାଦିକତା ସହିତ ସମାଜ ସେବା ବ୍ୟାସ ପ୍ରିଣ୍ଟ ମିଡ଼ିଆ ସଂଘର ଧର୍ମ ବୋଲି ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବକ୍ତାମାନେ ମତବ୍ୟକ୍ତ କରିଥିଲେ। ସଂଘ ସଭାପତି ଶରତ ପଥାଳଙ୍କ ସଭାପତିତ୍ବ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯାଜପୁର ରୋଡ଼ ଆଦର୍ଶ ଥାନା ଅଧିକାରୀ ଆଶୀଷ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଟ୍ରାଫିକ ଆଇନ ଉପରେ ଆଲୋକପାତ କରିଥିଲେ। ବରିଷ୍ଠ ଉପଦେଷ୍ଟା ହାରାଧନ ବାନାର୍ଜୀ ଗାଡି ଚାଳନା ବେଳେ ଟ୍ରାଫିକ ନିୟମ ପାଳନ ସହିତ ହେଲମେଟ ପିନ୍ଧିବା ଜରୁରୀ ବୋଲି କହିଥିଲେ। ସାଧାରଣ ସମ୍ପାଦକ ଡ଼. ଚିନ୍ତାମଣି ପାଢ଼ୀ ଟ୍ରାଫିକ ସଚେତନ ଅଭାବରୁ ପ୍ରତିଦିନ ଦୁର୍ଘଟଣାରେ କିଭଳି ଅମୁଲ୍ୟ ଜୀବନ ଗୁଡିକ ଝଡି ପଡୁଛି ତାହାର ଏକ ତଥ୍ୟ ଉପସ୍ଥାପନା କରିଥିଲେ। ଏହି ଅବସରରେ ଯେଉଁମାନେ ହେଲମେଟ ପିନ୍ଧି ଯାଉଥିଲେ ସେମାନଙ୍କୁ ଗୋଲାପ ଫୁଲ ଓ ଚକୋଲେଟ ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା। ଯେଉଁମାନେ ହେଲମେଟ ପିନ୍ଧି ନଥିଲେ ସେମାନଙ୍କୁ ମାଗଣାରେ ହେଲମେଟ ପ୍ରଦାନ କରାଯାଇ ଟ୍ରାଫିକ ନିୟମ ନେଇ ସଚେତନ ସହିତ ସମ୍ବର୍ଦ୍ଧିତ କରାଯାଇଥିଲା।
