ଯାଜପୁର ଜିଲ୍ଲା ବ୍ୟାସନଗର ପୌରପାଳିକାରେ ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆଙ୍କ ପାଈଁ ବଢ଼ିଲା ଅଡୁଆ

ଯାଜପୁର ଜିଲ୍ଲା ବ୍ୟାସନଗର ପୌରପାଳିକାରେ ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆଙ୍କ ପାଈଁ ବଢ଼ିଲା ଅଡୁଆ। ବିଜେଡ଼ି ଅଧ୍ୟକ୍ଷାଙ୍କ ବିରୋଧରେ ସ୍ବର ଉତ୍ତୋଳନ କଲେ ପୌର ଉପାଧ୍ୟକ୍ଷଙ୍କ ସମେତ ବିଜେଡ଼ି ଦଳର କାଉନସିଲର। ତେବେ ଦୀର୍ଘଦିନ ଧରି ଅଧ୍ୟକ୍ଷା ଓ କାଉନସିଲରଙ୍କ ମଧ୍ୟରେ ବିବାଦ ଲାଗିରହିଥିଲା। ସେ ମଧ୍ୟ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଉନଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା। ତେବେ ଅଧ୍ୟକ୍ଷା ୱାର୍ଡ ତଥା ସହରର ବିକାଶରେ ବାଧକ ସାଜିଥିବା ଅଭିଯୋଗ କରି ମୁହଁ ଖୋଲିଲେ କାଉନସିଲର। କାଉନସିଲର ମାନେ ସାମୁହିକ ଭାବେ ପ୍ରଥମେ ମା ବିରଜାଙ୍କ ଦର୍ଶନ କରି ସେଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ସଂଗୀତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଅସନ୍ତୁଷ୍ଟ ୨୦ ପାରିଷଦ। ବିଜେଡ଼ି ସମେତ ବିଭିନ୍ନ ଦଳର ୨୦ଜଣ ପାରିଷଦ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅନାସ୍ଥା ପ୍ରସ୍ତାବ ଆଗତ ନେଇ ଆବେଦନ କରିଛନ୍ତି l ଜିଲ୍ଲାପାଳ ମଧ୍ୟ ପୌର ଆଇନିର ବ୍ୟବସ୍ଥା ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି l

ଯାଜପୁର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର Live

Leave a Reply

Your email address will not be published. Required fields are marked *