ବ୍ୟାସନଗର ସ୍ୱାସ୍ଥ୍ୟ ସୁରକ୍ଷା ମଞ୍ଚର କାର୍ଯ୍ୟକାରୀ କମିଟି ବୈଠକ
ବ୍ୟାସନଗର, ୨୫। ୫: ବ୍ୟାସନଗର ସ୍ୱାସ୍ଥ୍ୟ ସୁରକ୍ଷା ମଞ୍ଚର କାର୍ଯ୍ୟକାରୀ କମିଟି ବୈଠକ ଶନିବାର ଉମାପଦାସ୍ଥିତ ଉମାରାଣୀ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ସାଧାରଣ ସମ୍ପାଦକ ଶିଶିର କୁମାର ରାଉତଙ୍କ ସଭା ପରିଚାଳନାରେ ଅନୁଷ୍ଠିତ ବୈଠକରେ ପ୍ରଥମେ ବିଗତ ବର୍ଷର ବିଭିନ୍ନ କାର୍ଯ୍ୟକ୍ରମ ଓ ଆୟ ବ୍ୟୟ ହିସାବ ପ୍ରଦାନ କରାଯାଇଥିଲା। ଆସନ୍ତା ଜୁନ ୨୧ ତାରିଖ ଷ୍ଟାଡିୟମ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଓ ସେହିଦିନ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ମଞ୍ଚ ସଭାପତି ବିଜୟ କୁମାର ଦାସ, ମୁଖ୍ୟ ସଂଯୋଜକ ଡକ୍ଟର ଚିନ୍ତାମଣି ପାଢ଼ୀ,କାର୍ଯ୍ୟକାରୀ ସଭାପତି ବିଏସକେ ସାମଲ, ଉପସଭାପତି ଦେବଦତ୍ତ ରାୟ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଉପ ସଭାପତି ଦୀପକ କୁମାର ପରିଡା, ସହ ସମ୍ପାଦକ ଭରତ ଚନ୍ଦ୍ର ବିଶ୍ୱାଳ , ଯୁଗ୍ମ ସମ୍ପାଦକ ପ୍ରଣବେନ୍ଦୁ ଜେନା, କୋଷାଧ୍ୟାକ୍ଷ ଜିତେନ୍ଦ୍ର କୁମାର ରାଉତ, କାର୍ଯ୍ୟକାରୀ କମିଟି ସଦସ୍ୟ ପରମେଶ୍ୱର ଜେନା, କାମଦେବ ନାୟକ, ଅଶୋକ ଦାସ,ପ୍ରକାଶ ଚକ୍ର, ଦୁର୍ବାଦଳ ବସୁ, ସତ୍ୟବ୍ରତ ପରିଡା, ଅମିତ ଦାସ, ଶଙ୍କର୍ଷଣ ରାଉତ, ଆଶୁତୋଷ ମିଶ୍ର, ବିଭୁତି ରଞ୍ଜନ ବିଶ୍ୱାଳ, ସଞ୍ଜୟ ମହାନ୍ତି, ଚିତ୍ରସେନ ଦାସ ବିଷ୍ଣୁ ଚରଣ ବିଶ୍ୱାଳ, ତଥାଗତ ବାଇ,ଦୀପକ ମାନସିଂହ, କୁଳମଣି ରାଉତ, ହୃଷିଲ ପ୍ରସାଦ,ଅମିତ ଦାସ, ଜିତେନ୍ଦ୍ର ପାଣି ପ୍ରମୁଖ ବିଭିନ୍ନ ପ୍ରସ୍ତାବ ରଖିଥିଲେ। ଏହି ଅବସରରେ ମଞ୍ଚ ମୁଖ୍ୟ ସଂଯୋଜକ ଡ଼. ଚିନ୍ତାମଣି ପାଢ଼ୀ ବାସ୍ତୁଶାସ୍ତ୍ରରେ ପିଏଚଡି ହାସଲ କରିଥିବାରୁ ମଞ୍ଚ ତରଫରୁ ତାଙ୍କୁ ଉପସ୍ଥିତ ସଦସ୍ୟ ଉତ୍ତରୀୟ, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।
