ଦେଶରେ 894 କିମି ଲମ୍ବ ଚାରିଟି ରେଳ ଲାଇନ ସମ୍ପ୍ରସାରଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି
ଦେଶରେ 894 କିମି ଲମ୍ବ ଚାରିଟି ରେଳ ଲାଇନ ସମ୍ପ୍ରସାରଣ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି l ଏହିସବୁ ମଲ୍ଟିଟ୍ରାକିଂ ପ୍ରକଳ୍ପ ଦ୍ୱାରା ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ ଓ ଛତିଶଗଡ଼ର 18ଟି ଜିଲ୍ଲାରେ ବର୍ତ୍ତମାନର ରେଳ ନେଟୱାର୍କର ହେବ ବିସ୍ତାର24,634 କୋଟି ଟଙ୍କାର ମୋଟ ଅନୁମାନିକ ବ୍ୟୟବରାଦ ସହିତ ପ୍ରକଳ୍ପ କାର୍ଯ୍ୟ 2030-31 ସୁଦ୍ଧା ଶେଷ ହେବPosted On: 07 OCT 2025 3:09PM by PIB Bhubaneshwar ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଚାରିଟି ରେଳ ଲାଇନ୍ ସମ୍ପ୍ରସାରଣ ବା ମଲ୍ଟିଟ୍ରାକିଂ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ଏସବୁ ପ୍ରକଳ୍ପ ପାଇଁ ଆନୁମାନିକ 24,634 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରକଳ୍ପଗୁଡ଼ିକ ହେଲା:-ୱର୍ଦ୍ଧା-ଭୁସାୱଲ – ତୃତୀୟ ଓ ଚତୁର୍ଥ ଲାଇନ୍ – 314 କିଲୋମିଟର (ମହାରାଷ୍ଟ୍ର)ଗୋନ୍ଦିୟା-ଡଙ୍ଗରଗଡ଼ – ଚତୁର୍ଥ ଲାଇନ-84 କିଲୋମିଟର (ମହାରାଷ୍ଟ୍ର ଏବଂ ଛତିଶଗଡ଼)ଭଦୋଦରା-ରତଲାମ- ତୃତୀୟ ଓ ଚତୁର୍ଥ ଲାଇନ୍ – 259 କିଲୋମିଟର (ଗୁଜରାଟ ଏବଂ ମଧ୍ୟପ୍ରଦେଶ)ଇଟାରସୀ-ଭୋପାଳ – ବୀଣା ଚତୁର୍ଥ ଲାଇନ୍- 237 (ମଧ୍ୟପ୍ରଦେଶ)ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ର 18ଟି ଜିଲ୍ଲା ଦେଇ ଅତିକ୍ରମ କରିଥିବା ଏହି ଚାରିଟି ରେଳ ପ୍ରକଳ୍ପ ଭାରତୀୟ ରେଳବାଇର ବର୍ତ୍ତମାନର ରେଳ ନେଟୱର୍କରେ ପ୍ରାୟ 894 କିଲୋମିଟର ରେଳଲାଇନ ନିର୍ମାଣ କରିବ।ଅନୁମୋଦିତ ମଲ୍ଟିଟ୍ରାକିଂ ପ୍ରକଳ୍ପ ଦ୍ୱାରା ପ୍ରାୟ 3,633 ଗ୍ରାମକୁ ସଡ଼କ ସଂଯୋଗରେ ସୁଧାର ଆସିବ। ଏହାଦ୍ୱାରା ଦୁଇଟି ଆକାଂକ୍ଷୀ ଜିଲ୍ଲା (ବିଦିଶା ଏବଂ ରାଜନନ୍ଦନଗାଁଓ) ସମେତ ପ୍ରାୟ 85.84 ଲକ୍ଷ ଲୋକ ଉପକୃତ ହୋଇପାରିବେ ।ବର୍ଦ୍ଧିତ ଲାଇନ କ୍ଷମତା ଯାତାୟାତରେ ଯଥେଷ୍ଟ ସୁଧାର ଆଣିବ, ଯାହା ଫଳରେ ଭାରତୀୟ ରେଳବାଇ ପାଇଁ କାର୍ଯ୍ୟକ୍ଷମ ଦକ୍ଷତା ଏବଂ ସେବା ନିର୍ଭରଯୋଗ୍ୟତା ଉନ୍ନତ ହେବ। ଏହି ମଲ୍ଟି-ଟ୍ରାକିଂ ପ୍ରସ୍ତାବଗୁଡ଼ିକ କାର୍ଯ୍ୟକୁ ସୁବ୍ୟବସ୍ଥିତ କରିବା ଏବଂ ଭିଡ଼ ହ୍ରାସ କରିବା ପାଇଁ ପ୍ରସ୍ତୁତ। ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନୂତନ ଭାରତର ଦୃଷ୍ଟିକୋଣ ଅନୁରୂପ ଯାହା ନିଯୁକ୍ତି / ସ୍ୱନିଯୁକ୍ତି ସୁଯୋଗ ବୃଦ୍ଧି କରିବା ସହିତ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କୁ ବ୍ୟାପକ କ୍ଷେତ୍ରୀୟ ବିକାଶ ଦ୍ୱାରା ‘‘ଆତ୍ମନିର୍ଭର’’ କରିବ।ଏହି ପ୍ରକଳ୍ପଗୁଡ଼ିକ ପ୍ରଧାନମନ୍ତ୍ରୀ-ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ ଆଧାରରେ ଯୋଜନା କରାଯାଇଛି । ଏହି ମାଷ୍ଟର ପ୍ଲାନ୍ ସମନ୍ୱିତ ଯୋଜନା ଏବଂ ଅଂଶୀଦାରମାନଙ୍କ ବିଚାରବିମର୍ଶ ମାଧ୍ୟମରେ ବହୁମୁଖୀ ସଂଯୋଗ ଏବଂ ଲଜିଷ୍ଟିକ୍ ଦକ୍ଷତା ବୃଦ୍ଧି ଉପରେ ଧ୍ୟାନ ଦେଇଥାଏ। ଏସବୁ ପ୍ରକଳ୍ପ ଯାତ୍ରୀ, ସାମଗ୍ରୀ ଏବଂ ସେବାର ପରିବହନକୁ ସୁଗମ କରିବ।ସାରା ଦେଶରୁ ବହୁସଂଖ୍ୟାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ସାଞ୍ଚି, ସତପୁରା ବ୍ୟାଘ୍ର ସଂରକ୍ଷଣ, ଭୀମବେଟକାର ପଥର ଆଶ୍ରୟସ୍ଥଳ, ହଜାରା ଜଳପ୍ରପାତ, ନୱେଗାଓଁ ଜାତୀୟ ଉଦ୍ୟାନ ଇତ୍ୟାଦି ପ୍ରମୁଖ ସ୍ଥାନଗୁଡ଼ିକୁ ମଧ୍ୟ ଏସବୁ ପ୍ରକଳ୍ପ ଦ୍ୱାରା ରେଳ ସଂଯୋଗ ସୁଗମ ହୋଇପାରିବ।ଏହା କୋଇଲା, କଣ୍ଟେନର, ସିମେଣ୍ଟ, ଫ୍ଲାଏ ଆଶ୍, ଖାଦ୍ୟଶସ୍ୟ, ଇସ୍ପାତ ଇତ୍ୟାଦି ସାମଗ୍ରୀ ପରିବହନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାର୍ଗ। କ୍ଷମତା ବୃଦ୍ଧି ଫଳରେ ବାର୍ଷିକ 78 ନିୟୁତ ଟନ୍ ଅତିରିକ୍ତ ମାଲ ପରିବହନ ପାଇଁ ସୁବିଧା ହେବ। ରେଳବାଇ ପରିବେଶ ଅନୁକୂଳ ଏବଂ ପରିବହନର ଶକ୍ତି ସଂରକ୍ଷଣକାରୀ ପଦ୍ଧତି ହୋଇଥିବାରୁ, ଜଳବାୟୁ ଲକ୍ଷ୍ୟ ହାସଲ କରିବାରେ ଏବଂ ଦେଶର ଲଜିଷ୍ଟିକ୍ ଖର୍ଚ୍ଚକୁ ହ୍ରାସ କରିବାରେ, ତୈଳ ଆମଦାନୀ (28 କୋଟି ଲିଟର) କମାଇବାରେ ଏବଂ ଅଙ୍ଗାରକାମ୍ଳ ନିର୍ଗମନ (139 କୋଟି କିଲୋଗ୍ରାମ) ହ୍ରାସ କରିବାରେ ସାହାଯ୍ୟ କରିବ ଯାହା ଛଅ କୋଟି ଗଛ ଲଗାଇବା ସହିତ ସମାନ।
